ବାରଙ୍ଗ ୨୯।୧୨: ପ୍ରତିଷ୍ଠା ଦିବସରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସିଖବର । ଦ୍ବିତୀୟ ଥର ମା’ ହେଲା ସିମ୍ପାଞ୍ଜି ‘ରାକ୍ଷୀ’ । ୬୦(କ) ଖୁଆଡର ରହୁଥିବା ସିମ୍ପାଞ୍ଜି ‘ରାକ୍ଷୀ’ ଶାବକ ଜନ୍ମ ଦେଇଛି । ଜନ୍ମିତ ଶାବକକୁ ମିଶାଇ ପ୍ରାଣୀ ଉଦ୍ୟାନରେ ସିମ୍ପାଞ୍ଜି ସଂଖ୍ୟା ୮ରେ ପହଞ୍ଚିଛି ।
ଶନିବାର ହିମାଳୟ ଭାଲୁ ଏକ ଶାବକ ଜନ୍ମ ଦେଇଥିଲା । ପ୍ରାଣୀ ଉଦ୍ୟାନର ୧୬(ଖ) ଖୁଆଡରେ ରହୁଥିବା ହିମାଳୟ ମାଈ ଭାଲୁ ‘ମୁନି’ ଶନିବାର ସକାଳୁ ଏକ ଶାବକ ଜନ୍ମ ଦେଇଥିଲା । ଜନ୍ତୁ ରକ୍ଷକ ସକାଳୁ ଖୁଆଡ଼ରେ ‘ମୁନି’ ଶାବକ ଜନ୍ମ ଦେଇଥିବା ଦେଖିବା ପରେ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ପ୍ରାଣୀ ଚିକିତ୍ସକ ଆସି ଦେଖିବା ପରେ ମା’ ‘ମୁନି’ ଓ ଶାବକ ସୁସ୍ଥଥିବା ସୂଚନା ଦେଇଥିଲା । ତେବେ ମାଈ ହିମାଳୟ ଭାଲୁ ‘ମୁନି’ ସହିତ ଅଣ୍ଡିରା ହିମାଳୟ ଭାଲୁ ‘ବିକ୍ରମ’ର ଆଜକୁ ପ୍ରାୟ ୨୧୦ ଦିନ ପୂର୍ବରୁ ମିଳନ କରଯାଇଥିଲା ।