ପ୍ରଶାସନ ର ଛତ୍ରଛାୟା ତଳେ ଜିରୋ ନାଇଟ, ନୂଆ ବର୍ଷ ପାଇଁ ଦେଶୀ ଓ ବିଦେଶୀ ମଦ ଗୁପ୍ତ ସ୍ଥାନରେ ଗଚ୍ଛିତ…!

ଅବକାରୀ ମନ୍ତ୍ରୀଙ୍କ ତାଗିତ କୁ ବାବୁ ଓ ମାଫିଆ ଙ୍କ ଫୁ…!!

ବ୍ରହ୍ମପୁର: ସରକାର ଜିରୋ ନାଇଟ ଓ ନୂଆ ବର୍ଷ ପାଇଁ ମଦପ୍ୟ ମାନଙ୍କ ଉପରେ କଟକଣା କରିଛନ୍ତି। ଏପଟେ ବିଭାଗୀୟ ମନ୍ତ୍ରୀଙ୍କ ଆଦେଶ ଓ ତାଗିତ କୁ ବାବୁ ମାନେ ମନ ଖୋଲା ସମର୍ଥନ କରୁନଥିବା ଫଳରେ ଲିକର ମାଫିଆ ମାନେ ନିଜ ନିଜର ଗୁପ୍ତ ଗୋଦାମ ରେ ଏବେ ଠାରୁ ଦେଶୀ ବିଦେଶୀ ମଦ ମହଜୁଦ କରି ରଖିଥିବା ଆଲୋଚନା ହେଉଛି। ସରକାରଙ୍କ ନୀତିନିୟମ କୁ ବାବୁ ମାନେ ଫୁ କରିବା ଯୋଗୁଁ ବାହାରେ ଠିପି ବନ୍ଦ ଲେଖା ଥିବା ବିଦେଶୀ ମଦ ଦୋକାନରେ ଠିପି ଖୋଲି ଖୋଲା ଖୋଲି ବିକ୍ରି ହେଉଥିବା ଦେଖିବାଳୁ ମିଳୁଛି।ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର, ଚିକିଟି, ଛତ୍ରପୁର, ପୁରୁଷୋତ୍ତମପୁର, ଆସିକା, ଶେରଗଡ଼, ପୋଲସରା, ବୁଗୁଡ଼ା ଏଭଳି ଅଧିକାଂଶ ଠିପି ବନ୍ଦ ବିଦେଶୀ ମଦ ଦୋକାନ ରେ ଖୁଲାମ ଖୁଲା ଠିପି ଖୋଲି ଅବାଧ ରେ ମଦ ବିକ୍ରି ହେଉଛି। ଏହି ଠିପି ବନ୍ଦ ଲାଇସେନ୍ସ ଆଣି ଅଧିକାଂଶ ଲିଜ ଧାରି ଅନ୍ୟ ଅଞ୍ଚଳ କୁ ଅବାଧ ରେ ମଦ ଚାଲାଣ କରିବା ସହ ପାନ ଦୋକାନ ତେଜରାତି ଦୋକାନ ଭଳି ସେମାନଙ୍କ ଶାଖା ଖୋଲି ଅସଲି ନାଁ ରେ ନକଲି ବିଦେଶୀ ମଦ ବିକ୍ରି କରୁଥିବା ଅଭିଯୋଗ ହେଉଛି। ନକଲି ଦେଶୀ ଓ ବିଦେଶୀ ମଦ ବିଭିନ୍ନ ପ୍ରକାର କେମିକାଲ ଓ ରଙ୍ଗ ମିଶାଇ ବିଭିନ୍ନ ନାମିଦାମୀ କମ୍ପାନୀ ର ଲୋଗ ଲଗାଇ ବିକ୍ରି କରିବାର ନଜିର ରହିଛି। ଗଞ୍ଜାମ ଜିଲ୍ଲାକୁ ଥରେ ଅବକାରୀ ବାବୁ ମାନେ ଆସିଲେ ଅର୍ଥର ପାହାଡ଼ ଉପରେ ବସି ନିଜ ଘରକୁ ବି ଯିବା ଭୁଲି ଯାଉ ଥିବା ନେଇ ଚର୍ଚ୍ଚା ହେଉଛି। ଏଠି ଯାହା ଆଦାୟ କରିଲେ ଭବିଷ୍ୟତରେ ଭିଜିଲାନ୍ସ ବିଭାଗ ର ବି ଛାଇ ପଡ଼ିବା ଭୟ ନାହିଁ। ଗଞ୍ଜାମ ଜିଲ୍ଲାର ପୋଲିସ, ଅବକାରୀ, ଭିଜିଲାନ୍ସ ବିଭାଗ ଭିତରେ ଭାଇଚାରା ରହିବା ଫଳରେ ମଦ ମାଫିଆ ମାନେ ଖୁଲାମ ଖୁଲା ଏଭଳି ବେଆଇନ ନକଲି ମଦ କୁ ଅସଲି ଦରରେ ବିକ୍ରି କରୁଥିବା ଚର୍ଚ୍ଚା ର ବିଷୟ ହୋଇଛି। ଗଞ୍ଜାମ ଜିଲ୍ଲାର ଚିକିଟି ମଦ ମୃତ୍ୟୁ ପରେ ଛତିଶଗଡ଼ ଅଞ୍ଚଳ ରୁ ସ୍ପିରିଟ ଆଣି ଦେଶୀ ବିଦେଶୀ ମଦ ପ୍ରସ୍ତୁତ ହେଉଥିବା ନେଇ ପୂର୍ବ ସରକାର ସମୟରେ କିଛି ଚୋରା ମଦ ବ୍ୟବସାୟ କରୁଥିବା ବ୍ୟବସାୟୀ ମାନେ ଆଲୋଚନା କରୁଛନ୍ତି। ଏହି ଅସଲି ନକଲି ଖେଳ ପଛରେ ଜିଲ୍ଲା ସମେତ ଜିଲ୍ଲା ବାହାର ନେତା ମାନଙ୍କ ସମ୍ପୂର୍ଣ୍ଣ ସହଯୋଗ ଥିବା ମଧ୍ୟ ଚର୍ଚ୍ଚା ହେଉଛି। ମନ୍ତ୍ରୀ ଓ କମିଶନର ଙ୍କ ବୟାନ ବାଜି କେବଳ ଧର୍ମକୁ ଆଖିଠାର ସଦୃଶ୍ୟ ହୋଇଥିବା ନେଇ ଆଲୋଚନା ହେଲାଣି। ଦେଖାଯାଉ ଆମ ଗଞ୍ଜାମ ଜିଲ୍ଲାର ଦାୟିତ୍ୱ ଵାନ ବାବୁ ମାନେ ଜିରୋ ନାଇଟ ନୂଆ ବର୍ଷରେ ଦେଶୀ ବିଦେଶୀ ମଦ ଉପରେ କିପରି ରୋକ ଲଗାଉଛନ୍ତି, ନାଁ ସମର୍ଥନ କରୁଛନ୍ତି, ଦେଖିବାକୁ ବାକି ରହିଲା।

nis-ad
Leave A Reply

Your email address will not be published.