ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ରାଇଜିଂ ଷ୍ଟୁଡେଣ୍ଟ (କଟକ ) ବିଜୟୀ

ବ୍ରହ୍ମପୁର : ବ୍ରହ୍ମପୁର ମହାତ୍ମାଗାନ୍ଧୀ ଷ୍ଟାଡିୟମ ଠାରେ ଚାଲିଥିବା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଅନ୍ତିମ ଦିବସ ତଥା ଫାଇନାଲ ମ୍ୟାଚ ରାଇଜିଂ ଷ୍ଟୁଡେଣ୍ଟ (କଟକ) ବନାମ ଇଷ୍ଟକୋଷ୍ଟ ରେଲୱେ ମଧ୍ଯ ରେ ଅନୁଷ୍ଠିତ ହୋଇଥିଲା l ଇଷ୍ଟକୋଷ୍ଟ ରେଲୱେ ଦଳ ଟସ ଜିତି ପ୍ରଥମେ ବ୍ୟାଟିଙ୍ଗର ନିଷ୍ପତି ନେଇଥିଲେ l ନିର୍ଦ୍ଧାରିତ ୨0 ଓଭର ମ୍ୟାଚରେ ୧୭.୩ ଓଭର ଖେଳି ସମସ୍ତ ଉଇକେଟ ହରାଇ ୭୮ ରନ କରିଥିଲେ l ଦଳ ପକ୍ଷରୁ ରାକେଶ ମହାନ୍ତି ୮ ବଳ ଖେଳି ୧୫ ରନ ଓ ସତ୍ୟନ ମହାନ୍ତି ୧୪ ବଳ ଖେଳି ୧୭ ରନ କରିଥିଲେ l
ରାଇଜିଂ ଷ୍ଟୁଡେଣ୍ଟ ପକ୍ଷରୁ ବୋଲିଙ୍ଗରେ ଶିବ ସୂରିୟା ଗୁଡ଼େ ୪ ଓଭର ପକାଇ ୧୪ ରନ ଦେଇ ୩ ଗୋଟି ଉଇକେଟ ଓ ପପୁ ରୟ ୪ ଓଭର ପକାଇ ୨୨ ରନ ଦେଇ ୩ ଉଇକେଟ ଅକ୍ତିହାର କରିଥିଲେ l ଜବାବରେ ରାଇଜିଂ ଷ୍ଟୁଡେଣ୍ଟ ୧୫. ୪ ଓଭର ପକାଇ ୪ ଗୋଟି ଉଇକେଟ ବିନିମୟରେ ଆବଶ୍ୟକ ୮୪ ରନ ବିଜୟୀ ଲାଭ କଲେ l ଦଳ ପକ୍ଷରୁ ବିକ୍ରମ କୁମାର ସାମଲ ଅପରାଜିତା ୪୭ ବଳ ଖେଳି ୪୩ ରନ ଓ ଅମିନ ଆଇ ଖାନ ୩୩ ବଳ ଖେଳି ୩୨ ରନ କରିଥିଲେ l ଏହି ମ୍ୟାଚକୁ ରାଇଜିଂ ଷ୍ଟୁଡେଣ୍ଟ ୬ ଗୋଟି ଉଇକେଟ ରେ ମ୍ୟାଚ ଜିତି ନେଇଥିଲେ l ଆଜିର ମ୍ୟାଚରେ
ଏମ୍ପାୟାର ଭାବେ ସୁଶାନ୍ତ କୁମାର ପଣ୍ଡା, ଚନ୍ଦ୍ର ମୋହନ ବରାଳ ଓ ଥାର୍ଡ଼ ଏମ୍ପାୟାର ଭାବେ ଅସିତ କୁମାର ପଟ୍ଟନାୟକ ଖେଳକୁ ପରିଚଳନା କରିଥିଲେ l ମେନ ଅଫ ଦା ମ୍ୟାଚ ଭାବେ ପପୁ ରୟ, ମେନ ଅଫ ଦା ସିରଜି ଭାବେ ଆଇପିଏଲ ଖେଳାଳି ତଥା ରଣଜି ଖେଳାଳି ବିପ୍ଳବ ସାମନ୍ତରାୟ ପୁରସ୍କୃତ କରାଯାଇଥିଲା l ବେଷ୍ଟ ବେଟସମେନ ଭାବେ ବିପ୍ଳବ ସାମନ୍ତରାୟ ଓ ବେଷ୍ଟ ବୋଲର ଭାବେ ବିଶ୍ୱଜିତ କୁମାର ମହାପାତ୍ରଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l ଆଜିର ଉଦଯାପନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧ୍ୟାୟକ କେ. ଅନିଲ କୁମାର, ଚିକିଟି ବିଧ୍ୟାୟକ ମନୋରଞ୍ଜନ ଧ୍ୟାନ ସାମନ୍ତରାୟ ଯୋଗ ଦେଇ ପୂର୍ବତନ ପୂର୍ବତନ ରଣଜି ଖେଳାଳି ସୁଶାନ୍ତ ରଥଙ୍କୁ ସମ୍ବର୍ଦ୍ଧନା କରାଗଲା ଏହା ସହ ଗଞ୍ଜାମ କଳା ପରିଷଦ ପକ୍ଷରୁ ସମ୍ବଲପୁରି ନୃତ୍ୟ ପର୍ଦସନ କରାଯାଇଥିଲା l ଓ କଳାକାର ମାନଙ୍କୁ ପୁରସ୍କୃତ କରାଯାଇଥିଲା l ଅନ୍ୟମାନଙ୍କ ମଧ୍ୟରେ ଲିଡସ ସ୍ପୋର୍ଟିଙ୍ଗି ସମ୍ପାଦକ ତଥା ଅର୍ଗନାଇଜ ସମ୍ପାଦକ ମନୋଜ ଦଣ୍ଡପାଠ,ସେନ ଜାଭିଅର ସ୍କୁଲ ଡ଼ାଏରେକ୍ଟର କୁନାଲ ପଣ୍ଡା,ଅଶୋକ ଶୁକ୍ଲା, ବନମାଳୀ ସେଠି, ପୀତବାସ ପଣ୍ଡା, ବିଜେପି ଲିଡର ସରୋଜ ସାବତ, ପାର୍ଥ ପାଢ଼ୀ,ଅର୍ଗନାଇଜ କମିଟି ମେମ୍ବର ସିଦ୍ଧାନ୍ତ ଗଙ୍ଗ ଦେଓ, କମିଟି ଏଡ଼ଭାଇଜର କାମେଶ୍ୱର ରାଓ, ତାରିଣୀ ସାମନ୍ତ ରାୟ, ଦୁର୍ଗା ପଟ୍ଟନାୟକ, ରାଜୁ ରେଡ୍ଡୀ ,ପୂର୍ବତନ ରଣଜି ଖେଳାଳି ସୁଶାନ୍ତ ରଥ, ବାଳ କୃଷ୍ଣ ସାମନ୍ତରାୟ,ସୁଲଭ ପଣ୍ଡା, ତପନ ପଟ୍ଟନାୟକ,ସତ୍ୟବ୍ରତ ସାହୁ,ଭିଭିନେଶ ପାତ୍ର,ବିଶ୍ୱବନ୍ଧୁ ପାଢ଼ୀ, ଜି.ନବୀନ,ପ୍ରଦୀପ ନାୟକ, ରାଜ ନାରାୟଣ ପାତ୍ର ,ସଞ୍ଜୟ ଜେନା ପ୍ରମୁଖ ଉପସ୍ଥିତ ରହି ବିଜୟୀ ଓ ରନର ଟିମକୁ ଟ୍ରଫି ପ୍ରଦାନ କରିଥିଲେ l

nis-ad
Leave A Reply

Your email address will not be published.