ନୟାଗଡ଼ : ଏଥର ନୟାଗଡ଼ ଜିଲ୍ଲାରେ ନୂଆବର୍ଷର ଶୁଭେଚ୍ଛା ଜଣାଇବା ପାଇଁ ପ୍ରଶାସନିକ ଅଧିକାରୀ ହୁଅନ୍ତୁ କିମ୍ବା କର୍ମଚାରୀ ଏଥର ଫୁଲତୋଡ଼ା, ଡାଏରୀ, ମିଠା ଏବଂ ଅନ୍ୟ ଉପାହର ଗ୍ରହଣ ନ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହା ବଦଳରେ ସେହି ଟଙ୍କାରେ ଖାତା, କଲମ, ଜ୍ୟାମିତି ବାକ୍ସ, ଅନ୍ୟାନ୍ୟ ପାଠ୍ୟ ଉପକରଣ ଆଣିବାପାଇଁ ଚିଠିରେ କୁହାଯାଇଛି । ଏହି ପାଠ୍ୟ ଉପକରଣ ଗୁଡିକୁ ଜିଲ୍ଲାରେ ଥିବା ଆଶ୍ରମ ସ୍କୁଲ ଗୁଡିକୁ ପ୍ରଦାନ କରାଯିବ । ଏହି ନିୟମକୁ ସମସ୍ତେ ମାନିବାକୁ ଜିଲ୍ଲାପାଳ ସୁନିଲ ଅକ୍ଷୟ ଅଗ୍ରୱାଲ ନିବେଦନ କରିଛନ୍ତି ।
ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲଙ୍କ ସୂଚନା ଅନୁଯାୟୀ ନୂଆବର୍ଷର ଶୁଭେଚ୍ଛା ଜଣାଇବା ପାଇଁ ଅନେକ ଫୁଲତୋଡ଼ା, ଅନେକ ଉହାହର କିଣାଯାଇଛି । ଫୁଲତୋଡ଼ା ଗୁଡ଼ିକୁ ଅଧିକାରୀ ମାନେ କିଛି ସମୟ ପର୍ଯ୍ୟନ୍ତ ହାତରେ ରଖନ୍ତି ପରେ ଏଗୁଡ଼ିକୁ ଫୋପାଡି ଦିଆଯାଏ । ଫୁଲତୋଡ଼ା ପାଇଁ ଏତେ ପଇସା ଖର୍ଚ୍ଚ ହେଉଥିଲେ ମଧ୍ୟ କୌଣସି କାମରେ ଲାଗୁନାହିଁ । ଅନ୍ୟ ଉପହାର ମଧ୍ୟ ସମାନ ଅବସ୍ଥା । ତେଣୁ ଏପରି ନ କରିବା ପାଇଁ ସେ କହିଛନ୍ତି । ଯେତିକି ଟଙ୍କାରେ ଏହି ଉପକରଣ କିଣା ଯାଉଥିଲ ସେହି ଟଙ୍କାରେ ଏହି ଉପାଦେୟ ପାଠ୍ୟ ଉପକରଣ କିଣି ଆପହଞ୍ଚ ଗରିବ ଓ ଆଶ୍ରମ ସ୍କୁଲ୍ ଗୁଡିକରେ ପଢୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବାଣ୍ଟି ଦିଆଯିବ ।ଏହା ବ୍ୟତୀତ ଯେଉଁ ଛାତ୍ରଛାତ୍ରୀ ମାନେ ପାଠ୍ୟ ଉପକରଣ କିଣିବାକୁ ଅସମର୍ଥ ସେମାନଙ୍କୁ ବି ଏଗୁଡ଼ିକୁ ବାଣ୍ଟି ଦିଆଯିବ । ଜିଲ୍ଲା ପ୍ରଶାସନ ର ଏହି ଛୋଟ ପ୍ରୟାସ ଦ୍ଵାରା ଅନେକ ପିଲାଙ୍କ ମୁଁହ ରେ ହସ ଫୁଟାଇ ଦେବ ।
ଜିଲ୍ଲାପାଳଙ୍କ ଏହି ନିଷ୍ପତି କୁ ସମସ୍ତେ ସହଯୋଗ କରିବେ ବୋଲି ଜଣା ପଡିଛି । ଜିଲାପାଳ ଙ୍କ ଏହି ପଦକ୍ଷେପକୁ ସବୁ ମହଲରେ ପ୍ରଶଂସା କରାଯାଇଛି ।
Sign in
Sign in
Recover your password.
A password will be e-mailed to you.
Prev Post