ମୁମ୍ବାଇ ଓ ନଭିମୁମ୍ବାଇ ପରେ ଏବେ ଭାରତ ଦେଖିବ ତୃତୀୟ ମୁମ୍ବାଇ, ଫଡନବୀଶ କହିଲେ କେମିତି ଦେଖାଯିବ ନୂଆ ସହର

ମୁମ୍ବାଇ ୨୮।୧୨: ମୁମ୍ବାଇ ଓ ନଭି ମୁମ୍ବାଇ ପରେ ଏବେ ଦେଶରେ ହେବ ତୃତୀୟ ମୁମ୍ବାଇ ସହର। ନଭି ମୁମ୍ବାଇ ସଲଗ୍ନ ରାୟଗଡ଼ରେ ନୂଆ ସହରର ନିର୍ମାଣ ହେବ, ଯାହାଦ୍ୱାରା ମୁମ୍ବାଇ ଓ ନଭିମୁମ୍ବାଇ ଉପରେ ବଢୁଥିବା ଜନସଂଖ୍ୟାର ବୋଝ ହ୍ରାସ ହୋଇ ପାରିବ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ କହିଛନ୍ତି ଯେ ‘ତୃତୀୟ ମୁମ୍ବାଇ’ ହେବ ଭାରତର ଭାବି ବ୍ୟବସାୟୀକ ରାଜଧାନୀ। ମୁମ୍ବାଇ ଓ ନଭି ମୁମ୍ବାଇର ଜନସଂଖ୍ୟା ଏବେ ଦିନକୁ ଦିନ ବଢିବାରେ ଲାଗିଛି। 

ଜନସଂଖ୍ୟା ବୃଦ୍ଧିର ପ୍ରଭାବ ଏବେ ଉଭୟ ସହରର ଭିତ୍ତିଭୂମି ଉପରେ ପଡୁଛି। ଏଣୁ ଏହି ପ୍ରଭାବକୁ ହ୍ରାସ କରିବା ପାଇଁ ତୃତୀୟ ମୁମ୍ବାଇର ମେଗା ପ୍ଲାନ ପ୍ରସ୍ତୁତ କରାଯାଉଛି। ମୁମ୍ବାଇ ଓ ନଭି ମୁମ୍ବାଇକୁ ଲାଗି ରହିଥିବା ରାୟଗଡ଼ ଜିଲ୍ଲାରେ ତୃତୀୟ ମୁମ୍ବାଇ ବିକଶିତ କରିବା ପାଇଁ ନବବର୍ଷ ୨୦୨୫ରୁ ସର୍ଭେକ୍ଷଣ ଆରମ୍ଭ ହୋଇଯିବ। ଏହି ସହରକୁ ‘କର୍ଣ୍ଣାଲା ସାଇଁ ଚିରନେର’ ଅର୍ଥାତ କେସିସି ନ୍ୟୁ ଟାଉନ ନାମରେ ନାମିତ କରାଯିବ। ଏହାକୁ ତୃତୀୟ ମୁମ୍ବାଇ ମଧ୍ୟ କୁହାଯିବ। ଯାହାକୁ ଦେଶ ମୁମ୍ବାଇ ଓ ନଭି ମୁମ୍ବାଇ ଭଳି ଦେଖିବ। 

ମୁଖ୍ୟମନ୍ତ୍ରୀ ଫଡନବୀଶ କହିଛନ୍ତି ଯେ ଏହି ପ୍ରାସ୍ତାବିତ ସହର ୩୨୩ବର୍ଗ କିଲୋମିଟର କ୍ଷେତ୍ରଫଳରେ ନିର୍ମାଣ କରାଯିବ। ଏଥିରେ ୧୨୪ଟି ଗ୍ରାମକୁ ଆଡଜଷ୍ଟ କରାଯିବ। ସୂତ୍ର ଅନୁସାରେ ତୃତୀୟ ମୁମ୍ବାଇର ମାଷ୍ଟରପ୍ଲାନ୍ ୨୦୨୬ ମସିହା ବେଳକୁ ପ୍ରସ୍ତୁତ ହୋଇଯିବ। ମୁମ୍ବାଇ ମେଟ୍ରୋପଲିଟନ ରିଜିୟନ ଡେଭଲପମେଣ୍ଟ ଅଥରିଟି(ଏମଏମଆରଡିଏ)କୁ ତୃତୀୟ ମୁମ୍ବାଇ ନିର୍ମାଣ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଏଥି ପାଇଁ ଏମଏମଆରଡିଏ ୧୨୪ଟି ଗାଁରେ ଆକାଶୀୟ ସର୍ଭେକ୍ଷଣ ଓ ଭୌଗଳିକ ଅଧ୍ୟୟନ ନିମନ୍ତେ ଘରୋଇ କମ୍ପାନୀଙ୍କଠାରୁ ଆବେଦନ ମାଗିଛନ୍ତି। 

ଏହି ସର୍ଭେକ୍ଷଣରେ ୩୨୩ ବର୍ଗ କିଲୋମିଟର ଏରିୟାକୁ କଭର କରାଯିବ। ଏଥିରୁ ଅଧିକାଂଶ ଅଞ୍ଚଳ ସୁନ୍ଦର ପାହାଡ ଓ ସବୁଜ କ୍ଷେତ୍ର ରହିଛି। ସର୍ବ ପ୍ରଥମେ ଡ୍ରୋନ ସର୍ଭେ କରାଯିବ। ଏହା ପରେ ଏକ୍ସପର୍ଟ ଓ ଟେକ୍ନୋଲଜି ସହାୟତାରେ ଗଭୀର ବିଶ୍ଲେଷଣ କରାଯିବ। ଆକାଶୀୟ ସର୍ଭେକ୍ଷଣ ବ୍ୟତୀତ ଭୌଗଳିକ ତଥ୍ୟ ଏକତ୍ରୀତ କରିବା ପାଇଁ ପରାମର୍ଶଦାତା ନିଯୁକ୍ତ ହେବେ। ଭିଜନ ଡକ୍ୟୁମେଣ୍ଟ, ମାଷ୍ଟରପ୍ଲାନ ଓ ଡିଟେଲ ଡେଭଲପମେଣ୍ଟ ପ୍ଲାନ ପ୍ରସ୍ତୁତି ପରାମର୍ଶଦାତା କରିବେ। 

ମୁଖ୍ୟମନ୍ତ୍ରୀ ଫଡନବୀଶ କହିଛନ୍ତି ଯେ ତୃତୀୟ ମୁମ୍ବାଇକୁ ଦେଶର ଭାବି ବ୍ୟବସାୟୀକ ରାଜଧାନୀ ରୂପେ ଦେଖାଯିବ। ଏହି ନୂଆ ସହର ବିଜନେସର ଅନେକ ନୂଆ ଅବସର ପ୍ରଦାନ କରିବ, ଏହା ସହିତ ଟୁରିଷ୍ଟଙ୍କୁ ମାୟାନଗରୀର ଏକ ନୂଆ ରୂପ ଦେଖିବାକୁ ମିଳିବ। ସେମାନଙ୍କ ଲାଗି ମୁମ୍ବାଇରେ ଆଉ ଏକ ଟୁରିଷ୍ଟ ପ୍ଲେସ୍ ବନିଯିବ। ବିଜନେସ୍ ସହିତ ଟୁରିଜିମ ସେକ୍ଟରକୁ ବି ନୂଆ ପରିଚୟ ପାଇବ। 

nis-ad
Leave A Reply

Your email address will not be published.