ଯୋଗୀ ଆଦିତ୍ୟନାଥଙ୍କ ଘର ତଳେ ଶିବଲିଙ୍ଗ ରହିଛି, ତୁରନ୍ତ ଖୋଳାଯାଉ: ଅଖିଳେଶ ଯାଦବ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ରବିବାର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଓ ବିଜେପିକୁ ଟାର୍ଗେଟ୍ କରିଛନ୍ତି। ସେ କିହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ନୌ ସ୍ଥିତ ସରକାରୀ ବାସଭବନ ତଳେ ଏକ ‘ଶିବଲିଙ୍ଗ’ ଅଛି, ଏବଂ ଏହାକୁ ଖନନ କରାଯିବା ଉଚିତ।  ନିକଟରେ ଉତ୍ତର ପ୍ରଦେଶରେ ହୋଇଥିବା ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣକୁ ନେଇ ଅଖିଳେଶ ଏହି କଟାକ୍ଷ କରିଛନ୍ତି। 

ଗତ ସପ୍ତାହରେ, ଉତ୍ତରପ୍ରଦେଶର ସମ୍ୱଲରେ ଖନନ୍ କରି ସର୍ଭେ କରାଯାଉଥିବା ବେଳେ ୧୮୫୭ ବିଦ୍ରୋହର ଯୁଗର ୨୫୦ ଫୁଟ ଗଭୀର ଏକ ଷ୍ଟେପୱେଲ ମିଳିଥିଲା। ଲକ୍ଷ୍ମଣ ଗଞ୍ଜ ଅଞ୍ଚଳରେ ଉକ୍ତ ସ୍ଥାନରେ ଦୁଇଟି ବୁଲଡୋଜର ଖନନ କରିବା ପରେ ଷ୍ଟେପୱେଲ ମିଳିଥିଲା। ଏହାର କିଛିଦିନ ପୂର୍ବରୁ ସେହି ସ୍ଥାନରେ ପ୍ରାଚୀନ ବଙ୍କେ ବିହାରୀ ମନ୍ଦିରର ଧ୍ୱଂସାବଶେଷ ମିଳିଥିଲା। 

ତେବେ ରାଜ୍ୟରେ ଏଭଳି ଘଟଣା ନେଇ ଅଖିଳେଶ ଯାଦବ ୟୁପି ସରକାରଙ୍କୁ ତୀବ୍ର ସମାଲୋଚନା କରୁଛନ୍ତି। ରାଜ୍ୟରେ ବେରୋଜଗାର ଏବଂ କୃଷି ସଙ୍କଟ ସମେତ ଜନସାଧାରଣଙ୍କୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଭ୍ରାନ୍ତ କରିବା ପାଇଁ ଏଭଳି ସର୍ଭେକ୍ଷଣ କରି ଶୋଷଣ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ସବୁ ଜାଗାରେ ଖୋଳିବା ଦ୍ୱାରା ଆମକୁ କୌଣସି ସମାଧାନ ହୋଇପାରିବ ନାହିଁ। ଆମ ଦେଶରେ ଏକ ପୂଜାସ୍ଥଳ ଅଧିନିୟମ ରହିଛି। ଯାହା ଏସବୁ ଜିନିଷକୁ ନିଷିଦ୍ଧ କରିଥାଏ ବୋଲି ଅଖିଳେଶ କହିଥିଲେ। ବିଜେପି ଦିଲ୍ଲୀରେ ୧୦ ବର୍ଷ ରହିଲାଣି ୟୁପିରେ ୭ ବର୍ଷ ହେଲେ ବେରୋଜଗାରୀ ସୀମା ପାର୍ ହେଲାଣି ବୋଲି ଅଖିଳେଶ କହିଛନ୍ତି।

nis-ad
Leave A Reply

Your email address will not be published.