ଚିତ୍ରକୋଣ୍ଡା : ଚିତ୍ରକୋଣ୍ଡା ଅଞ୍ଚଳରେ ଆଧାର କାର୍ଡ ସେଣ୍ଟର ବ୍ୟବସ୍ଥା କୁ ନେଇ ଲୋକ ହଟହଟା ହେବାକୁ ପଡୁଛି । ଏହିଭଳି ଅଭିଯୋଗ ଆଣିଛନ୍ତି କିଛି ସ୍ୱାଭିମାନ ଅଞ୍ଚଳବାସୀ । ଚିତ୍ରକୋଣ୍ଡା ସଦର ମହକୁମା ଠାରେ ଏକମାତ୍ର ଆଧାର କେନ୍ଦ୍ର କାର୍ଯ୍ୟକାରୀ ଥିବାବେଳେ ବହୁ ଲୋକ ବାରମ୍ବାର ଆସୁଥିଲେ ସୁଦ୍ଧା କୌଣସି କାର୍ଯ୍ୟକାରୀ ହୋଇ ପାରୁନାହିଁ । ଏଣେ ଆଧାର କେନ୍ଦ୍ର ଅପରେଟର ଙ୍କ ମନମୁଖୀ କାର୍ଯ୍ୟକଳାପ ଓ ବ୍ୟବହାର ଯୋଗୁଁ ବିରକ୍ତିଭାବ ପ୍ରକାଶ କରିଛନ୍ତି ଲୋକେ । ଆଧାର କାର୍ଡ ର ପ୍ରାଧାନ୍ୟତା ସରକାରୀ ଯୋଜନାର ସମସ୍ତ କ୍ଷେତ୍ରରେ ଥିବାବେଳେ ଲୋକେ ବ୍ୟତିବ୍ୟସ୍ତ ହେଉଥିବାରୁ ଫାଇଦା ଉଠାଉଛି ଆଧାର କେନ୍ଦ୍ର । ଲୋକଙ୍କ କହିବା ମୁତାବକ ସରକାରୀ ନିୟମ ଅନୁଯାୟୀ ୫୦ ଓ ୧୦୦ ଟଙ୍କା ବଦଳରେ ୩୦୦-୪୦୦ ଟଙ୍କା ନେଉଛନ୍ତି । ଗୋଟିଏ ପଟରେ ଆଧାର ଅପଡେତ ନ ହେବା ଯୋଗୁଁ ବିଭିନ୍ନ ଯୋଜନାରୁ ବଞ୍ଚିତ ହେବାର ଭୟ ରହୁଥିବା ବେଳେ ଅନ୍ୟ ପଟେ ଏହିଭଳି ଖର୍ଚ୍ଚାନ୍ତ ହେଉଛନ୍ତି ଲୋକେ । ଏହା ବାବଦରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲଙ୍କୁ ଲୋକେ ଅଭିଯୋଗ କରିଥିଲେ । ସେ ନିଜେ ଆସି ସ୍ଥିତି ସମୀକ୍ଷା କରି ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ରାଜେଶ୍ୱରୀ ଖିଲ ଓ ବିଧାୟକ ପ୍ରତିନିଧି ବିଦେଶୀ ଗୌଡ଼ ଙ୍କ ଉପସ୍ଥିତିରେ ବିଡ଼ିଓ ଶ୍ରୀମତୀ ପ୍ରିତା କୁମାର ଙ୍କୁ ଡକାଇ ୟା ବାବଦରେ ଆଲୋଚନା କରି ସ୍ଥାୟୀ ସମାଧାନ କରିବାକୁ ପ୍ରସ୍ତାବ ରଖିଥିଲେ । ଆଗାମୀ ଦିନରେ ଲୋକେ ନିଜ ପଞ୍ଚାୟତ ନିକଟରେ ସୁବିଧା ପାଇପାରିବେ ଓ ସରକାରୀ ପ୍ରାପ୍ୟ ରେ କରିପାରିବେ ସେ ସୁବିଧା ଯୋଗାଇଦେବେ ବୋଲି ବିଡ଼ିଓ ଉପସ୍ଥାପନା କରିଥିଲେ । କେବେ ସ୍ୱାଭିମାନ ଅଞ୍ଚଳବାସୀ ସୁବିଧାର ଲାଭ ଉଠାଇପାରିବେ ତାହା ଦେଖିବା ବାକି ରହିଲା ।
Sign in
Sign in
Recover your password.
A password will be e-mailed to you.