ଦୁଇ ମାସରେ ସରିବ ଆବାସ ସର୍ଭେ: ମନ୍ତ୍ରୀ

ଭୁବନେଶ୍ୱର: ଏବେ ଗ୍ରାମାଞ୍ଚଳରେ ସର୍ଭେ ଆରମ୍ଭ ହୋଇଛି । ଆସନ୍ତା ଦୁଇ ମାସ ଭିତରେ ସରିବ ଆବାସ ସର୍ଭେ । ଆବାସ ପାଇବାରୁ କାହାକୁ ବାଦ ଦିଆଯିବ ନାହିଁ । ବ୍ୟବସ୍ଥା ଲୋକଙ୍କ ପାଖରେ ପହଞ୍ଚାଇବାର ଆବଶ୍ୟକତା ଅଛି ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ।

ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ନାୟକ ଆହୁରି କହିଛନ୍ତି ଯେ, ଗ୍ରାମ ସଭା ମାଧ୍ୟମରେ ପ୍ରତି ଗାଁରେ ସଚେତନତା କରାଯାଉଛି । ଲୋକଙ୍କୁ ସର୍ଭେରେ ସାମିଲ କରାଯାଉଛି । ମନ୍ତ୍ରୀମାନେ ଜିଲ୍ଲା ଗସ୍ତ କରିବାବେଳେ ଏହାର ସମୀକ୍ଷା କରୁଛନ୍ତି । ସର୍ଭେକୁ ବିଭାଗ ଅଧିକ ଗୁରୁତ୍ୱ ଦିଆଯାଉଛି । ପୂର୍ବ ସରକାରରେ ଆକ୍ରୋଶମୂଳକ ଭାବେ ତାଲିକାରୁ ବହୁ ଲୋକଙ୍କୁ ବାଦ୍‌ ଦିଆଯାଇଛି । ଏବେ କିନ୍ତୁ କାହାକୁ ବାଦ୍‌ ଦିଆଯିବ ନାହିଁ । ସମସ୍ତଙ୍କୁ ଘର ମିଳିବ ବୋଲି ମନ୍ତ୍ରୀ କହିଛନ୍ତି ।

ଦିଲ୍ଲୀ ଗସ୍ତ ସମୟରେ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କ ସହ ଆବାସ ବାବଦରେ ଆଲୋଚନା କରିବେ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ।

nis-ad
Leave A Reply

Your email address will not be published.