“ଅଧିକାର” ପଦକ୍ଷେପ ମାଧ୍ୟମରେ ଗ୍ରାମୀଣ ଲୋକଙ୍କୁ ସଶକ୍ତ କରୁଛି ଟିପିଏସ୍ଓଡିଏଲ୍

— ଜନସାଧାରଣ ଏବଂ ସରକାରୀ ଯୋଜନା ମଧ୍ୟରେ ସେତୁ ଭାବେ କାର୍ଯ୍ୟ କରୁଛି “ଅଧିକାର” ଯୋଜନା
— ସରକାରୀ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରିବା ସହ ଆବେଦନ ପ୍ରକ୍ରିୟାରେ ସହାୟତା

ବ୍ରହ୍ମପୁର, ଡିସେମ୍ବର: ସମାବେଶୀ ବିକାଶ ଓ ଗୋଷ୍ଠୀ ସଶକ୍ତୀକରଣ ଦିଗରେ ଅତୁଟ ପ୍ରତିବଦ୍ଧତା ପ୍ରଦର୍ଶନ କରି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ‘ଅଧିକାର’ ପ୍ରକଳ୍ପ ଆରମ୍ଭ କରିଛି। ଜନ ସାଧାରଣ ଓ ସରକାରଙ୍କ କଲ୍ୟାଣକାରୀ ଯୋଜନା ମଧ୍ୟରେ ସମ୍ପର୍କ ସେତୁ ଭାବରେ କାର୍ଯ୍ୟ କରିବା ହେଉଛି ଏହି ପ୍ରକଳ୍ପର ଉଦ୍ଦେଶ୍ୟ। ଏହି ପଦକ୍ଷେପ ଦ୍ଵାରା କୋରାପୁଟ ଜିଲ୍ଲାର ୫୦ଟି ଗାଁର ଲୋକେ ଉପକୃତ ହେବେ।

ଗ୍ରାମୀଣ ତଥା ବୟସ୍କ ଏବଂ ଆର୍ଥିକ ଅନଗ୍ରସର ଲୋକଙ୍କ ନିକଟରେ ସରକାରୀ କଲ୍ୟାଣକାରୀ ଯୋଜନା ପହଞ୍ଚାଇ ସେମାନଙ୍କୁ ସଶକ୍ତ କରିବା ନେଇ ଅଧିକାର ପ୍ରକଳ୍ପର ଲକ୍ଷ୍ୟ ରହିଛି। ଏହି ପଦକ୍ଷେପ ମୁଖ୍ୟତଃ ବିଭିନ୍ନ ସରକାରୀ ଯୋଜନାକୁ ସମାଜର ଶେଷ ବର୍ଗ ନିକଟରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଇଥାଏ। ଜୀବନ ଜୀବିକା ପାଇଁ କୃଷି ଉପରେ ନିର୍ଭର କରୁଥିବା ବ୍ୟକ୍ତିବିଶେଷଙ୍କୁ ସେମାନଙ୍କର ଅଧିକାର ସମ୍ପର୍କରେ ଅବଗତ କରାଇବା ଏବଂ ଅତ୍ୟାବଶ୍ୟକ ସେବା ପାଇବା ଦିଗରେ ଥିବା ପ୍ରତିବନ୍ଧକକୁ ଦୂର କରିବାରେ ଏହି ପ୍ରକଳ୍ପ ସକ୍ଷମ ହେବ। ଏକ ବ୍ୟାପକ ଏବଂ ସହଯୋଗୀ ଆଭିମୁଖ୍ୟ ମାଧ୍ୟମରେ ହିତାଧିକାରୀ ଏବଂ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଯୋଜନା ମଧ୍ୟରେ ସେତୁ ଭାବେ ଅଧିକାର ପ୍ରକଳ୍ପ ସହାୟକ ହେବ। 

ଜାତୀୟ ସାମାଜିକ ସହାୟତା ଯୋଜନା (ଏନ୍ଏସ୍ଏପି), ମଧୁ ବାବୁ ପେନସନ ଯୋଜନା (ଏମବିପିୱାଇ), ସୁଭଦ୍ରା ଯୋଜନା, ସିଏମ କିଷାନ, ପିଏମ କିଷାନ ଏବଂ ଅନ୍ୟାନ୍ୟ ସରକାରୀ ଯୋଜନା ସହିତ ଲୋକଙ୍କୁ ଯୋଡ଼ିବା ପାଇଁ ବୈପାରିଗୁଡ଼ାଠାରେ ଏକ ଅଧିକାର ସୂଚନା କେନ୍ଦ୍ର ରହିଛି। ଆବେଦନ ପ୍ରକ୍ରିୟାକୁ ସରଳ କରିବା, ପରିଚୟ ଦସ୍ତାବିଜ ଯୋଗାଇବା ଏବଂ ସରକାରୀ ଯୋଜନା ପାଇଁ ଥିବା ଆବଶ୍ୟକତାଗୁଡିକର ଅନୁପାଳନ ସୁନିଶ୍ଚିତ କରିବାରେ ଏହି କେନ୍ଦ୍ର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଅଛି। ଏହି ବ୍ୟାପକ ପଦକ୍ଷେପ ଦ୍ୱାରା ହଜାର ହଜାର ଲୋକ ଉପକୃତ ହେଉଛନ୍ତି।

ଅଧିକାର ସୂଚନା କେନ୍ଦ୍ରର ସହାୟତାରେ ମହିଳା ଚାଷୀ ମାଳତୀ ହରିଜନ କୃଷକ ଓଡ଼ିଶା ଓ ସିଏମ୍ କିଷାନ ଯୋଜନାରେ ସଫଳତାର ସହ ପଞ୍ଜିକରଣ କରିପାରିଛନ୍ତି। କୃତଜ୍ଞତା ଜ୍ଞାପନ କରି ସେ କହିଛନ୍ତି, “ଟିପିଏସ୍ଓଡିଏଲ୍ ଟିମ୍ ଆମକୁ ଏହି ଯୋଜନା ବିଷୟରେ ଅବଗତ କରାଇଥିଲେ ଏବଂ ଆବେଦନ ପ୍ରକ୍ରିୟାରେ ମୋତେ ସାହାଯ୍ୟ କରିଥିଲେ। ସେଥିପାଇଁ ମୁଁ ସେମାନଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି।”

ଅଧିକାର ସୂଚନା କେନ୍ଦ୍ର ବ୍ୟତୀତ, ଟିପିଏସ୍ଓଡିଏଲ୍ ଏହାର କାର୍ଯ୍ୟ ପରିସରଭୁକ୍ତ ଅଞ୍ଚଳରେ ନିୟମିତ ପଞ୍ଜିକରଣ ଶିବିର ଆୟୋଜନ କରେ। ଯାହା ଫଳରେ ଦୁର୍ଗମ ଇଲାକାରେ ମଧ୍ୟ ଏହି ସେବାଗୁଡିକ ଉପଲବ୍ଧ ହୋଇପାରୁଛି।  

ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, “ଅଧିକାର ପ୍ରକଳ୍ପ ମାଧ୍ୟମରେ ଆମେ ଲୋକଙ୍କ ସାମାଜିକ-ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ପ୍ରତିଶ୍ରୁତିବଦ୍ଧ। ଏକ ନ୍ୟାୟସଙ୍ଗତ ଏବଂ ସମାବେଶୀ ଭବିଷ୍ୟତ ନିର୍ମାଣ ଦିଗରେ ଆମର ପ୍ରତିଶ୍ରୁତିର ଫଳ ସ୍ୱରୂପ ଏହି ପଦକ୍ଷେପ ଆରମ୍ଭ ହୋଇଛି।”

ସରକାରୀ ସୁବିଧା ପାଇବାରେ ପରିଚୟ ପତ୍ର ଯାଞ୍ଚର ଗୁରୁତ୍ୱକୁ ଲକ୍ଷ୍ୟ ରଖି “ଅଧିକାର” ପଦକ୍ଷେପରେ ପାନ୍ କାର୍ଡ ଏବଂ ଆଧାର କାର୍ଡ ସୁବିଧା ସମେତ ଅତ୍ୟାବଶ୍ୟକ କାଗଜପତ୍ର ସେବାକୁ ମଧ୍ୟ ପ୍ରାଥମିକତା ଦିଆଯାଏ। “ଅଧିକାର” ପ୍ରକଳ୍ପ ମାଧ୍ୟମରେ ସ୍ଥାୟୀ ଓ ସମାବେଶୀ ବିକାଶକୁ ପ୍ରୋତ୍ସାହିତ କରିବା ଏବଂ ସକାରାତ୍ମକ ପ୍ରଭାବ ପକାଇବା ସହ ଗୋଷ୍ଠୀ ସଶକ୍ତିକରଣ ଦିଗରେ ଟିପିଏସ୍ଓଡିଏଲ୍ ଏହାର ପ୍ରତିବଦ୍ଧତା ଦର୍ଶାଇଛି।

nis-ad
Leave A Reply

Your email address will not be published.