କଥା ଦେଇ କଥା ରଖିଲା କୋ- ଓପରଟିଭ ସୋସାଇଟି….

ପାତ୍ରପୁର: ପାତ୍ରପୁର ବ୍ଲକ୍ ର ଖରଣିପଡ଼ା ପଂଚାୟତ ର ଖରଣି ପଡ଼ା ଗ୍ରାମର ଉଦୟ ପ୍ରଧାନ (୫୬) ଦୀର୍ଘ ଦିନ ହେଲା ଯକ୍ଷ୍ମା ରୋଗରେ ପୀଡିତ ଅଛନ୍ତି l ଉଦୟ ଙ୍କ ପରିବାର କହିଲେ ସେ ଆଉ ତାଙ୍କ ସ୍ତ୍ରୀ l ଯକ୍ଷ୍ମା ରୋଗ ଉଦୟଙ୍କୁ ପଙ୍ଗୁ କରିଦେଇଛି l ଠିକ୍ ଏହି ସମୟରେ କୋ – ଓପରଟିଭ ସୋସାଇଟି ସହଯୋଗର ହାତ ବଢ଼େଇଛନ୍ତି l ଉଦୟଙ୍କ ପରିବାରକୁ ରାସନ୍ ସାମଗ୍ରୀ ପ୍ରତି ମାସରେ ଦେବା ପାଇଁ କହିଥିଲେ l ଗତ ମାସରେ ମଧ୍ୟ ରାସନ୍ ସାମଗ୍ରୀ ଦେଇଥିଲେ ଏବଂ ଉଦୟ ଙ୍କ ପରିବାରକୁ କଥା ଦେଇ ଆସିଥିଲେ କି ରାସନ୍ ସାମଗ୍ରୀ ପ୍ରତି ମାସରେ ଦିଆଯିବ ବୋଲି l ସୋସାଇଟି ଅତିରିକ୍ତ ସମ୍ପାଦକ ଶ୍ରୀ ହରିହର ପ୍ରଧାନ ଉକ୍ତ ମାସରେ ମଧ୍ଯ ରାସନ୍ ସାମଗ୍ରୀ ଉଦୟଙ୍କ ଘରେ ପହଞ୍ଚାଇଛନ୍ତି l ଗ୍ରାମବାସୀ ମାନେ ସୋସାଇଟିକୁ ଭୂରି ଭୂରି ପ୍ରଶଂସା କରିଛନ୍ତି l

nis-ad
Leave A Reply

Your email address will not be published.