ଜାଡ ପାଲଟିଛି ସମଗ୍ର ଗଞ୍ଜାମ ଜିଲ୍ଲା : ନିଆଁ ହିଁ ଶୀତର ସାହାରା…

ପାତ୍ରପୁର : ଗତ କିଛି ଦିନ ହେବ ହାଡ଼ ଶୀତର ପ୍ରଭାବ ପାହାଡିଆ ଅଞ୍ଚଳରେ ଥିବା ଅଂଚଳ ବାସୀଙ୍କ ଉପରେ ରାଜ୍ କରିବାରେ ଲାଗିଛି l ଆଦିବାସୀ ମାନେ ପାହାଡ଼ ଉପରେ ଓ ପାହାଡ଼ ପାଖାପାଖି ସ୍ଥାନରେ ବାସ କରୁଛନ୍ତି l ଯେଉଁଠି ବିଶାଳ ବଣ ଏବଂ ପାହାଡ଼ରେ ଥିବା ପଥର ରହିଥିବା ଯୋଗୁଁ ଶୀତର ପ୍ରକୋପ ଦୁଇ ଗୁଣ ହୋଇଯାଇଛି l ଫଳରେ ଆଦିବାସୀ ମାନେ ସଞ୍ଜ ହୋଇଗଲେ ନିଆଁର ସାହାରା ନେଇ ରହୁଛନ୍ତି l ସଞ୍ଜ ହୋଇଗଲେ ଗାଁର ଲୋକେ ନିଆଁ ପାଖକୁ ଦୌଡ଼ି ଆସନ୍ତି l ଗତ କିଛି ଦିନ ହେଲା ଅପରାହ୍ନ ରେ ପାଗ ବଦଳିବା ସହିତ ଶୀତୁଆ ପାଗର ପ୍ରକୋପ ବଢ଼ିଯାଇଥିବା ଯୋଗୁଁ ଗ୍ରାମରେ ଥିବା ପିଲା, ବୁଢ଼ା ସମସ୍ତେ ନିଆଁ ଜାଳି ନିଆଁକୁ ଘେରି ବସି ଥାଆନ୍ତି l କିଛି ସ୍ଥାନରେ ଉପରେ କାକର ପଡ଼ୁଥିବା ଯୋଗୁଁ ଖମ୍ବ ପୋତି ଉପରେ ପାଲ ଟାଣି ତଳେ ନିଆଁ ଜାଳ କରି ବସିଥାନ୍ତି l ରାତିସାରା କିଛି ଲୋକ ସେହି ନିଆଁ ଜାଳ ପାଖରେ ସୋଇଥାନ୍ତି l ପାତ୍ରପୁର ଅଂଚଳ ରେ ଥିବା ଗ୍ରାମ ଗୁଡ଼ିକ ଅର୍ଥାତ୍ ତୁଂବା, ଆଙ୍କୁଲି, ବୁରତାଲ , ଜରଡ଼ା, ସମନ୍ତରାପୁର ଇତ୍ୟାଦି ପଂଚାୟତର ବହୁ ଗ୍ରାମ ଘଞ୍ଚ ଜଙ୍ଗଲରେ ଥିବାରୁ ଶୀତର ମାତ୍ରା ଖୁବ୍ ଅଧିକ ଅଛି l ଥଣ୍ଡା ପବନ ଯୋଗୁଁ ଘରର କାନ୍ଥ ସବୁ ବରଫ ଭଳି ଥଣ୍ଡା ହେଇଯାଉଚି l କେତେକ ଅନୁଷ୍ଠାନ ଏଇ ଅବସ୍ଥା ଦେଖି ଦୁର୍ଗମ ଅଞ୍ଚଳ ବାସୀ ଙ୍କୁ ଶୀତ ବସ୍ତ୍ର ପ୍ରଦାନ କରିଛନ୍ତି l

nis-ad
Leave A Reply

Your email address will not be published.