କଟକ: ଓଡ଼ିଶା ପୋଲିସର କିଛି ପଦବୀରେ ବୟସସୀମାକୁ ନେଇ ହାଇକୋର୍ଟରେ ମାମଲା ଚାଲିଛି । ଏନେଇ ଆଜି ବୟସସୀମା କୋହଳ ପାଇଁ ଦାୟର ଏକାଧିକ ମାମଲାର ରାୟ ପ୍ରକାଶ କରିଛନ୍ତି ହାଇକୋର୍ଟ । ଡ୍ରାଇଭର ମାନଙ୍କୁ ନିଯୁକ୍ତି ଆଇନ ଚାଲିଥିବା ପ୍ରକ୍ରିୟାରେ ସର୍ବାଧିକ ବୟସସୀମା କୋହଳ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ।
୨୦୨୧ ମସିହା ପରେ ପ୍ରଥମ ଥର ଏବଂ ପରେ ୨୦୨୪ ପାଇଁ ବାହାରିଥିଲା ନିଯୁକ୍ତି ବିଜ୍ଞପ୍ତି ।
ଗତ ଅକ୍ଟୋବର ୭ ତାରିଖରେ ଓଡ଼ିଶା ପୋଲିସରେ ୪୦୫ଟି ଡ୍ରାଇଭର ପଦରେ ନିଯୁକ୍ତି ପାଇଁ ପୋଲିସ ସିଲେକ୍ସନ ବୋର୍ଡ଼ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବିଜ୍ଞପ୍ତି ଅନୁସାରେ ଗତ ଜାନୁଆରୀ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କ ବୟସ ୧୮ ରୁ ୨୩ ବର୍ଷ ମଧ୍ୟରେ ହୋଇଥିବା ଦର୍ଶାଯାଇଥିଲା । ଯାହାକୁ ନେଇ ଆନେକ ଆଶାୟୀ ନିରାଶ ହୋଇଥିଲେ । ଯେଉଁମାନେ ଦୀର୍ଘଦିନ ଧରି ଏହି ନିଯୁକ୍ତି ପାଇଁ ଅପେକ୍ଷା କରିଛନ୍ତି ।
ତେବେ ନିୟମିତ ଭାବେ ନିଯୁକ୍ତି ପ୍ରକ୍ରିୟା ହୋଇନଥିବାରୁ ବୟସସୀମା କୋହଳ କରିବାକୁ ଏକାଧିକ ଆଶାୟୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ଆବେକାରୀଙ୍କ ଆବେଦନ ଗ୍ରହଣ କରି ଏହି ରାୟ ଶୁଣାଇଛନ୍ତି ।