ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା ତଥା ଅଭିନେତା ସୁରେନ୍ଦ୍ର ଖୁଣ୍ଟିଆ

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା, ଅଭିନେତା ତଥା ବିଶିଷ୍ଟ ଲେଖକ ଅଧ୍ୟାପକ ସୁରେନ୍ଦ୍ର କୁମାର ଖୁଣ୍ଟିଆଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ମଙ୍ଗଳବାର ସକାଳ ୮ଟାରେ କଟକ ଲିଙ୍କ୍ ରୋଡସ୍ଥିତ ସୂର୍ଯ୍ୟ ବିହାରରେ ତାଙ୍କର ଦେହାନ୍ତ ଘଟିଛି ।

‘ଚିହ୍ନା ଅଚିହ୍ନା’ ଓ ‘ଦେଖ ଖବର ରଖ ନଜର’ ଆଦି ଫିଲ୍ମ ନିର୍ମାଣ କରିଥିଲେ ସୁରେନ୍ଦ୍ର ଖୁଣ୍ଟିଆ । ଏହା ସହ ସେ କେତେ ଗୁଡିଏ ଓଡିଆ ଚଳଚ୍ଚିତ୍ରରେ ମଧ୍ୟ ନିଚ୍ଛକ ଅଭିନୟ କରି  ଦର୍ଶକଙ୍କ ମନ ଜିଣିଛନ୍ତି । ତାଙ୍କ ବିୟୋଗରେ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି । ଅନେକ ବରିଷ୍ଠ କଳାକର ଶୋକ ପ୍ରକାଶ କରିଛନ୍ତି ।

nis-ad
Leave A Reply

Your email address will not be published.