ସିପକଟାକରୋ ସର୍ବ ଭାରତୀୟ କ୍ରୀଡା ସଂଘ ର ସହ ସମ୍ପାଦକ ହେଲେ ପୃଥିବରାଜ ସାହୁ…..!


ଭୁବନେଶ୍ୱର : ଓଡିଶା ପାଇଁ ଗୌରବ ଆଣିଛନ୍ତି ପୃଥିବରାଜ ସାହୁ । କ୍ରୀଡା କ୍ଷେତ୍ରରେ ନୂଆ ଅଧ୍ୟାୟ ସୃଷ୍ଟି କରି ସିପକଟାକରୋ ସର୍ବ ଭାରତୀୟ କ୍ରୀଡା ସଂଘ ର ସହ ସମ୍ପାଦକ ଭାବେ ପୃଥିବୀରାଜ ସାହୁ ଚୟନ ହେବାପରେ ବିଭିନ୍ନ ମହଲରୁ ତାଙ୍କୁ ସ୍ୱାଗତ ର ସୁଅ ଛୁଟିଛି। ସେ କ୍ରୀଡା କ୍ଷେତ୍ର ରେ ଏକ ବିରଳ ବ୍ୟକ୍ତିତ୍ବ କହିଲେ କିଛି ଭୁଲ ହେବ ନାହିଁ l ଓଡିଶା ର ସମଗ୍ର ଜିଲ୍ଲା ରେ କ୍ରୀଡା କ୍ଷେତ୍ର ରେ ତାଙ୍କ ଭୂମିକା ଅତି ଗୁରୁତ୍ୱ ପୂର୍ଣ୍ଣ l ଓଡିଶା ତଥା ଓଡିଶା ବାହାର ରାଜ୍ୟ କୁ ଖେଳାଳି ମାନେ ତାଙ୍କରି ପ୍ରେରଣା ରେ ନିଜ ଖେଳ ପରିଦର୍ଶିତା ଦେଖାଇ ଓଡିଶା କୁ ସୁନାମ ଆଣିବା ମଧ୍ୟ ନଜିର ରହିଛି l ଶ୍ରୀଯୁକ୍ତ ପୃଥିବରାଜ ସାହୁ ଆଗରୁ ଓଡିଶା ରାଜ୍ୟ ସିପକଟାକରୋ ସଂଘ ର ସାଧାରଣ ସମ୍ପାଦକ ମଧ୍ୟ ଅଛନ୍ତି l ୨0୧୯ ମସିହା ରେ ଥାଇଲାଣ୍ଡ ର ବେଙ୍ଗକଙ୍ଗ ଠାରେ ଅନୁଷ୍ଠିତ ହୋଇଥିବା ସିପକଟାକରୋ କିଙ୍ଗସ କପ (ୱାଲଡ୍ସ ) ର ଭାରତୀୟ ଦଳ ର ମ୍ୟାନେଜର ଭାବେ ମଧ୍ୟ ପ୍ରତିନିଧିତ୍ବ କରି କାର୍ଯ୍ୟ ସମ୍ପାଦନା କରି ଥିଲେ l ସୂଚନା ଥାଉକି ଗତ ୧୫ ତାରିଖ ରେ ସିପକଟାକରୋ ସର୍ବ ଭାରତୀୟ କ୍ରୀଡା ସଂଘ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏଥିରେ ସଭାପତି ଭାବେ ଯୋଗେନ୍ଦ୍ର ସିଂ ଧଇଆ, ଉପସଭାପତି ଭାବେ କୀର୍ତ୍ତି ଶୋଷଡ଼ିଆ, ଜି. ଶ୍ରୀନିବାସଲୁ, ପାର୍ଥ ସାରଥୀ ଗାଙ୍ଗୁଲି, ଭିପିନ କାମଦର ସାଧାରଣ ସମ୍ପାଦକ ଭାବେ ନରେଶ କୁମାର, ପୃଥିବରାଜ ସାହୁ, ଏମ କେ ପ୍ରେମ କ୍ରିଷ୍ଣା,w. ଜିତେନ୍ ସିଂ ଏବଂ କୋଷାଧକ୍ଷ ଭାବେ କିଶୋର କୁମାର ନିର୍ବାଚିତ ହୋଇଛନ୍ତି, ନିର୍ବାଚନ ଅଧିକାରୀ ଭାବେ ଅମ୍ରିତା ପାଣ୍ଡେ ଏବଂ ହରିଶ କୁମାର ଦାୟିତ୍ୱ ତୁଲାଇ ଥିଲେ ଏହା ପାଞ୍ଚ ବର୍ଷ ଯାଏ ବଳବତ ରହିବ ଆଗାମୀ ୨o୨୮ ରେ ପୁଣି ନିର୍ବାଚନ ହେବ ବୋଲି ସିପକଟାକରୋ ସର୍ବ ଭାରତୀୟ କ୍ରୀଡା ସଂଘ ସୂଚନା ଦେଇଛି l

nis-ad
Leave A Reply

Your email address will not be published.