ଫୁଲବାଣୀ -ଜିଲ୍ଲାର ଏକମାତ୍ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ବନାନୀ କଳା ସଙ୍ଗମ ତରଫରୁ ଏକୋଇଶି ତମ ଅବଦାନ ସ୍ୱରୂପ ନାଟ୍ୟକାର ଲିଙ୍ଗରାଜ ନାହାକଙ୍କ ରଚିତ ଏକ ଭିନ୍ନ ସ୍ୱାଦର ସାମାଜିକ ନାଟକ ଅଭିନେତ୍ରୀ ଡିସେମ୍ବର ୧୪ ଶନିବାର ସଭାଗୃହ ଠାରେ ଅନୁଷ୍ଠିତ ହୋଇଥିଲା l
ନାଟକରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ପାୟଲ ଜ୍ୟୋତି ରାଉତ, ଭୁବନେଶ୍ୱର,ସୁରପ୍ରସାଦ ନାୟକ, ସୁକାନ୍ତ ବେହେରା, କୁମୁଦସାହୁ, ଯୁଧିଷ୍ଠିର ମହାନ୍ତି, ବନ ମହାନ୍ତି, ଅବସରପ୍ରାପ୍ତ କାମାଣ୍ଡାଣ୍ଟ ନବୀନ କିଶୋର ପଣ୍ଡା, ସୁନୀତା, ଟିକିନା ଓ ଜୟ କୃଷ୍ଣ ଆଦି ସମସ୍ତ କଳାକାର ମାନଙ୍କ ନିଖୁଣ ଅଭିନୟ ଦର୍ଶକ ଙ୍କ ମନ ମୋହିଥିଲା l ଏହି ନାଟକର ନିର୍ଦେଶନା ଡ଼ଃ ଅରୂପ ଜେନା,ଦେଇଥିବା ବେଳେ କାର୍ଯ୍ୟକାରୀ ନିର୍ଦେଶକ ପ୍ରଭାତ ଦାଶ, ସହ ନିର୍ଦେଶକ ବିଜୟ ପଟନାୟକ ସହଯୋଗ କରିଥିଲେ l
ନୃତ୍ୟ ଓ ସଂଗୀତ ନିର୍ଦେଶନା ଦେଇଥିଲେ ବିନୋଦ ସାହୁ ଓ କଣ୍ଠ ଦାନ କରିଥିଲେ ତନୁଜା ମହାନ୍ତି l ନାଟ୍ୟ ପରିଚାଳନା ଦାଇତ୍ୱ ରେ ଥିବା ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ ଓ ମଞ୍ଚ ପରିଚାଳନାକାର୍ଯ୍ୟ ଅଶୋକ ପରିଡା ସୁଚାରୁରୂପେ ନିର୍ବାହ କରିଥିଲେ l
ଏହି ଅବସରରେ ବ୍ରହ୍ମପୁର ର ନାଟ୍ୟକାର ଲିଙ୍ଗ ରାଜ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୁଇଦିନ ଧରି ମଞ୍ଚସ୍ଥ ହେଉଥିବା ନାଟକ ଉଦଘାଟନ କରିଥିଲେ lନାଟ୍ୟକାର ଶ୍ରୀଜେନାଙ୍କୁ ବନାନୀ କଳା ସଙ୍ଗମ ପକ୍ଷରୁ ଫୁଲତୋଡ଼ା, ଉପଢୌକନ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା l ସେହିପରି ଲିଙ୍ଗରାଜ ଜେନା ଙ୍କ ଲିଖିତ ଭିନ୍ନ ଏକ ଦେବଦାସୀ ପୁସ୍ତକ କୁ ବନାନୀ କଳା ସଙ୍ଗମ ଉପଦେଷ୍ଟା ଅବସରପ୍ରାପ୍ତ କାମାଣ୍ଡାଣ୍ଟ ନବୀନ କିଶୋର ପଣ୍ଡା ଉଦଘାଟନ କରିଥିଲେ l
ସହରର ବହୁ ନାଟ୍ୟପ୍ରେମୀ, କଳାକାର, ବୁଦ୍ଧିଜୀବୀ, ଛାତ୍ର ଛାତ୍ରୀ ବେଶ ଉପଭୋଗ କରିଥିଲେ l ରବିବାର ସନ୍ଧ୍ୟାରେ ମଧ୍ୟ ନାଟକ ମଞ୍ଚସ୍ଥ ହୋଇଥିଲା l
Sign in
Sign in
Recover your password.
A password will be e-mailed to you.