କରୋନାରେ ପ୍ରାଣ ହରାଇଥିବା କନେଷ୍ଟବଳଙ୍କ ପତ୍ନୀଙ୍କୁ ୬ମାସ ଭିତରେ ଦିଅ ଅନୁକମ୍ପାମୂଳକ ରାଶି: ହାଇକୋର୍ଟ

କଟକ : କରୋନାରେ ପ୍ରାଣ ହରାଇଥିବା ପୋଲିସ କନେଷ୍ଟବଳଙ୍କ ପତ୍ନୀଙ୍କୁ ୫୦ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ ନିର୍ଦ୍ଦେଶ ।  ୬ମାସ ଭିତରେ ଅନୁକମ୍ପାମୂଳକ ରାଶି ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହାସହ ସ୍ବତନ୍ତ୍ର ପେନସନ ପ୍ରଦାନ ପାଇଁ ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।  ଏସମ୍ପର୍କରେ ତ୍ବରିତ ପଦକ୍ଷେପ ଗ୍ରହଣ କରିବାକୁ ଗୃହ ବିଭାଗ, ଅତିରିକ୍ତ ମୁଖ୍ୟ ସଚିବ, ପୋଲିସ ଡିଜି ଓ ଅନୁଗୁଳ ଏସପିଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ କୃଷ୍ଣରାମ ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଭାରତୀ ଶତପଥୀଙ୍କ ଆବେଦନର ଶୁଣାଣି କରି ଏହା କହିଛନ୍ତି ।

ଅନୁଗୁଳ ରିଜର୍ଭ ପୋଲିସ କାର୍ଯ୍ୟାଳୟରେ ଡ୍ୟୁଟି କରୁଥିିବାବେଳେ କୋଭିଡରେ ସଂକ୍ରମିତ ହୋଇଥିଲେ କନେଷ୍ଟବଳ ସତ୍ୟବାଦୀ ଦେହୁରୀ । ୨୦୨୧ରେ ଚିକିତ୍ସାଧୀନ ଅବସ୍ଥାନରେ ତାଙ୍କର ମୃତ୍ୟୁ ହୋଇଥିଲା । ରାଜ୍ୟ ସରକାରଙ୍କ ୨୦୨୦ ଅଗଷ୍ଟ ୪ର ବିଜ୍ଞପ୍ତି ଅନୁସାରେ କୋଭିଡ ଯୋଦ୍ଧା ଭାବେ ସେ ପ୍ରାଣ ହରାଇଥିଲେ । ତେଣୁ ମୃତ କନେଷ୍ଟବଳଙ୍କ ପତ୍ନୀଙ୍କୁ ୫୦ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ଓ ସ୍ବତନ୍ତ୍ର ପେନସନ ଦେବାକୁ କହିଛନ୍ତି କୋର୍ଟ ।

nis-ad
Leave A Reply

Your email address will not be published.