ନଦୀ ପଠାରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା, ପରିଚୟ ଖୋଜିବା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ

କଟକ: ନଦୀ ପଠାରୁ ମହିଳାଙ୍କ କଟା ମୃତଦେହ ଉଦ୍ଧାର ଘଟଣା । ମହିଳାଙ୍କୁ ଚିହ୍ନଟ କରିବା ବଡ଼ ଚ୍ୟାଲେଞ୍ଜ ହେବ ବୋଲି କହିଲେ କଟକ ଡିସିପି । ମହିଳାଙ୍କ ମୁହଁରେ ଗଭୀର ଆଘାତ ଥିବାରୁ ଚିହ୍ନିବା କଷ୍ଟକର ହେବ । ତେବେ ଆଖପାଖ ଥାନାକୁ ନିଖୋଜ ବ୍ୟକ୍ତିଙ୍କ ତଥ୍ୟ ମଗାଯାଇଛି । ମହିଳାଙ୍କ ହାତରେ ବାବା ବଳିଆ ଲେଖା ଥିବାରୁ ଆଶ୍ରମରେ ମଧ୍ୟ ପଚରାଉଚରା ଜାରି ରହିଛି । ସାଇଣ୍ଟିଫିକ୍ ଦ୍ବାରା ମହିଳାଙ୍କ ଲୁଗା ଓ ଟିପ ଚିହ୍ନ ମଧ୍ୟ ସଂଗ୍ରହ କରାଯାଇଛି ବୋଲି କହିଛନ୍ତି ଡିସିପି ଜଗମୋହନ ମିନା ।

ସୂଚନାଯୋଗ୍ୟ, ଗତକାଲି କଟକ ପରମହଂସ ନିକଟ ନଦୀ ପଠାରୁ ଜଣେ ମହିଳାଙ୍କ ରକ୍ତାକ୍ତ ମୃତଦେହ ମିଳିଥିଲା । ମହିଳାଙ୍କ ମୁଣ୍ଡ ଓ ବେକରେ ଧାରୁଆ ଅସ୍ତ୍ରରେ ହଣା ଦାଗ ରହିଛି । ପ୍ରାଥମିକ ଅନୁଧ୍ୟାନରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଅନୁମାନ କରିଛି ପୋଲିସ । ମହିଳାଙ୍କ ପରିଚୟ ମିଳିପାରିନଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ । ମୃତଦେହ ନିକଟରେ ପଡିଥିବା ଚାପଡ଼ ଏବଂ ରକ୍ତ ସଂଗ୍ରହ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ସେହିପରି କଟକ ଡିସିପି ଜଗମୋହନ ମିନା ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି ।

ତେବେ ମହିଳାଙ୍କର ସଠିକ ବୟସ ଜଣା ପଡିନଥିବା ବେଳେ ପାଖାପାଖି ୩୫ ରୁ ୪୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ମୃତକ ମହିଳାଙ୍କ ଡାହାଣ ହାତରେ ଓଁ ବାବା ବଳିଆ ଓ ଇଂରାଜୀରେ ମାତା ଲେଖା ଯାଇଛି । ସେହିପରି ବାମ ହାତରେ ପିତା ଲେଖା ଯାଇଥିବା ବେଳେ ଏହାର କିଛି ଗ୍ୟାପରେ କେପିଏସଏମ ଲେଖା ଯାଇଛି । ମୃତକଙ୍କ ପାଖରେ ଯେଉଁ ଲୁଗାପଟା ଜବତ ହୋଇଛି ସେଥିରେ ସିଲେଇ ଦୋକାନର ନାଁ ଲେଖାଯାଇଛି ।

nis-ad
Leave A Reply

Your email address will not be published.