ସାଧାରଣ ଗାଡି ନୁହେଁ, ସୁରକ୍ଷା ରଥ – ୩୦ଟି ଜରୁରୀକାଳୀନ ପ୍ରଶମନ ସହାୟତା ଯାନ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କଟକ-ଭୁବନେଶ୍ୱର କମିଶନରେଟ ପୋଲିସ ପାଇଁ ୩୦ଟି ଜରୁରୀକାଳୀନ ପ୍ରଶମନ ସହାୟତା ଯାନର ଲୋକାର୍ପଣ କରିଛନ୍ତି। ପୁଲିସ କମିଶନରେଟ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏଗୁଡିକ ସାଧାରଣ ଗାଡି ନୁହେଁ, ଗୋଟିଏ ଗୋଟିଏ ସୁରକ୍ଷା ରଥ।
ଏହି ଅବସରରେ ଗୃହ ବିଭାଗରେ ପ୍ରାୟ ୧୦ ହଜାର ପଦବୀ ଖୁବ୍‌ ଶୀଘ୍ର ପୂରଣ କରାଯିବା ସହ ୫ ହଜାର ଗୃହରକ୍ଷୀ ପଦବୀ ପୂରଣ ଓ ଗୃହରକ୍ଷୀମାନଙ୍କର ଦୈନିକ ଭତ୍ତା ବୃଦ୍ଧି କରାଯିବ ବୋଲି ସେ କହିଛନ୍ତି।

ସୂଚନା ଅନୁଯାୟୀ, ଲୋକାର୍ପିତ ହୋଇଥିବା ୩୦ଟି ଯାନ ମଧ୍ୟରୁ ଭୁବନେଶ୍ୱର ପାଇଁ ୨୨ଟି ଏବଂ କଟକ ପାଇଁ ୮ଟି ଗାଡି କାର୍ଯ୍ୟ କରିବ।

nis-ad
Leave A Reply

Your email address will not be published.