ହିଞ୍ଜିଳିକାଟୁ : ରାସ୍ତାରୁ ପାଇଥିବା ଟଙ୍କାକୁ ଫେରାଇ ମାନବିକତାର ପରିଚୟ ଦେଇଛନ୍ତି ଜଣେ ପୁଲିସ କର୍ମଚାରୀ। ଏଭଳି ଏକ ଘଟଣା ବୁଧବାର ସନ୍ଧ୍ୟାରେ ହିଞ୍ଜିଳି ଥାନାରେ ଦେଖିବାକୁ ମିଳିଛି। ପ୍ରକାଶ ଯେ, ବୁଧବାର ସନ୍ଧ୍ୟାରେ ହିଞ୍ଜିଳି ଥାନାରେ କାର୍ଯ୍ୟରତ ଏପିଆର କନେଷ୍ଟବଳ ସାଗର ନାହାକ ସ୍ଥାନୀୟ ପରିବା ବଜାରରେ ଟ୍ରାଫିକ ନିୟନ୍ତ୍ରଣ ଦାୟିତ୍ଵରେ ଥିଲେ। ଏହି ସମୟରେ ପରିବା ବଜାର ପରିସରରୁ ଏକ ମନିପର୍ସ ଓ ଅନ୍ୟ ଜଣେ ଅବସରପ୍ରାପ୍ତ ସାମରୀକ କର୍ମଚାରୀଙ୍କ ପରିଚୟ ପତ୍ର, ଏଟିଏମ୍ କାର୍ଡ ସମେତ ବହୁ ଜରୁରୀ କାଗଜପତ୍ର ଥିବା ଓ୍ବାଲେଟ ପାଇଥିଲେ। ତୁରନ୍ତ ସେ ପାଇଥିବା ସମସ୍ତ ଆବଶ୍ୟକ ଡକ୍ୟୁମେଣ୍ଟ ଓ ମନିପର୍ସ ଆଣି ଥାନା ଏଏସଆଇ ଅନନ୍ତ ଶବରଙ୍କୁ ହସ୍ତାନ୍ତର କରିଥିଲେ। ଏଏସଆଇ ଯାଞ୍ଚ କରି ସଂପୃକ୍ତ ୨ ଯୁବକଙ୍କୁ ଫୋନ୍ କରି ଥାନାକୁ ଡାକି ପରିଚୟ ପତ୍ର ଯାଞ୍ଚ କରିଥିଲେ। ଶେରଗଡ଼ ଥାନା ତାକରଡା ଗ୍ରାମର ସନ୍ତୋଷ କୁମାର ସାହୁଙ୍କୁ ହଜିଯାଇଥିବା ମନିପର୍ସ, ଟଙ୍କା, ଏଟିଏମ୍ କାର୍ଡ ପ୍ରଦାନ କରିଥିଲେ। ଅନ୍ୟଜଣଙ୍କ କୋଟିନଡା ଥାନା ଭେଙ୍କଟରାୟପଲ୍ଲୀ ଗ୍ରାମର ଅବସରପ୍ରାପ୍ତ ସାମରୀକ କର୍ମଚାରୀ ତାରିଣୀଶେନ ସ୍ବାଇଁ ଏକ ଜରୁରୀ କାର୍ଯ୍ୟରେ ବ୍ୟସ୍ତ ରହିଥିବାରୁ ଗୁରୁବାର ତାଙ୍କୁ ତାଙ୍କର ହଜିଯାଇଥିବା ସମସ୍ତ କାଗଜପତ୍ର,ଏଟିଏମ କାର୍ଡ ଓ ଅନ୍ୟାନ୍ୟ ଆବଶ୍ୟକ ଡକ୍ୟୁମେଣ୍ଟ ପ୍ରଦାନ କରାଯିବ ବୋଲି ଏଏସଆଇ ଶବର କହିଛନ୍ତି। ପୁଲିସ କର୍ମଚାରୀଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।
Sign in
Sign in
Recover your password.
A password will be e-mailed to you.
Prev Post
Next Post