ବାଲି-ମଦ-ପଥର-ମୋରମ ଚୋରା ଚାଲାଣ ଯୋଗୁଁ ନେତା ମାଲେ ମାଲ ସରକାର ବେହାଲ….!

ଗଞ୍ଜାମ ଜିଲ୍ଲାରେ ନେତା ମାନଙ୍କ ଆଶୀର୍ବାଦ ରୁ ଦୁର୍ନୀତି ଏବେ ଚରମ ସୀମାରେ ପହଁଞ୍ଚିଛି……!

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଏବେ ବେ ଧଡ଼ାକ ଭାବେ ମଦ ଓ ଖଣିଜ ଜାତ ଦ୍ରବ୍ୟ ର ଚୋରା କାରବାର ବୃଦ୍ଧି ହୋଇଛି। ଏସବୁ କାରବାର ର ପରର୍ଦ୍ଧା ପଛରେ କିଛି ବିଧାୟକ ଥିବା ନେଇ ଚର୍ଚ୍ଚା ହୋଇଆସୁଛି। ପୂର୍ବ ସରକାର ଠାରୁ ଏ ସରକାର ସମୟରେ କିଏ କାହାକୁ ଦୁର୍ନୀତି ସମ୍ପର୍କ ରେ ହାରି ଗୁହାରି କହିବାକୁ ସାହସ କରୁନାହାନ୍ତି। ପ୍ରତେକ କ୍ଷେତ୍ରରେ ବଟି ଫିକ୍ସିଙ୍ଗ ହୋଇ ଯାଇଥିବା ଯୋଗୁଁ ଗଞ୍ଜାମ ଜିଲ୍ଲାର କୋଣ ଅନୁକୋଣ ରେ ଏବେ ଲଘୁ ଖଣିଜ ଦ୍ରବ୍ୟ ଖୁଲମ ଖୁଲା ଲୁଟ ହେଉଛି। “ହାଁ ଜି” କହୁଥିବା ବୋଲ ମାନୁ ଥିବା ଶୁଆ ଶାରୀ ମାନଙ୍କୁ ନିଜ ଅଞ୍ଚଳ ରେ ନେତା ମାନେ ଆଣି ଥଇଥାନ କରିଥିବାରୁ କୌଣସି ଅଭିଯୋଗ କରିଲେ ସୁଫଳ ମିଳୁନି। ଶେରଗଡ ହିଞ୍ଜିଳି, ଆସିକା, ଧରାକୋଟ ଅଞ୍ଚଳ ରୁ ବେଧଡ଼କ ଭାବେ ବିନା ୱାଇ-ଫର୍ମ ରେ ଶହ ଶହ ହାଇୱା, ଟିପର ଓ ଟ୍ରକରେ ବିନା ଫିଟନେସ ଇନ୍ସୁରାନ୍ସ ନଥାଇ ଚୋରା ବାଲି ଚାଲାଣ ହେଉଛି।ବାଲି ମାଫିଆ ମାନଙ୍କ ସହ ସ୍ଥାନୀୟ ତହସିଲଦାର, ଖଣି ବିଭାଗ ଓ ପୋଲିସ ମାନଙ୍କ ସହ ଫିକ୍ସିଙ୍ଗ ହେବା ଫଳରେ ଏଭଳି କାର୍ଯ୍ୟ ଖୁଲାମ ଖୁଲା ଚାଲିଥିବା ଆଲୋଚନା ହେଉଛି। ଆସିକା ଅଞ୍ଚଳ ରେ ବିଭିନ୍ନ ପାହାଡ଼ ନିକଟରୁ ମୋରମ ଓ ରଙ୍ଗ ମାଟି ଲୁଟ ହେବା ସମ୍ପର୍କ ରେ ରାଜସ୍ୱ ଓ ଖଣି ବିଭାଗ କୁ ଖବର ଦେବା ଓ ଭିଡ଼ିଓ ଦେଖାଇଲେ ମାଫିଆ ମାନଙ୍କ ନିକଟରେ ସଙ୍ଗେ ସଙ୍ଗେ ଖବର ପହଁଞ୍ଚି ବା ସହ ଧମକ ଚମକ ମିଳିବାର ନଜିର ରହିଛି। ଏହା ସମେତ ଆସିକା ଅଞ୍ଚଳ ରେ ଥିବା ପାହାଡ଼ ରୁ ରୀତିମତ ପଥର ମାଫିଆ ମାନେ ବିନା ଲିଜ ରେ ପଥର ଲୁଟ କରି ନିକଟରେ ଥିବା କ୍ରସର ଗୁଡିକୁ ଯୋଗାଉଛନ୍ତି। ଆସିକା ଅଞ୍ଚଳ ରେ ଥିବା ଅଧିକାଂଶ କ୍ରସର ବାବୁ ମାନଙ୍କୁ ବଟି ଦେଇ ଜଣେ ଯୁବକ ସବୁ କାର୍ଯ୍ୟ ତୁଲାଉ ଥିବା ଆଲୋଚନା ହେଉଛି। କୌଣସି କ୍ରସର ଓ ଖାଦାନ ର ଗତ ମାର୍ଚ୍ଚ ମାସରୁ ଲିଜ ହୋଇନାହିଁ।ଜିଲ୍ଲାରେ ଖଣି ଓ ପରିବହନ ମନ୍ତ୍ରୀଙ୍କ ନାକ ତଳେ ଏଭଳି କାରବାର ଚାଲିଥିବା ଯୋଗୁଁ ମନ୍ତ୍ରୀ ମହାଶୟ ମଧ୍ୟ ଚୁପଚାପ ରହିବା ପଛରେ କି ରହସ୍ୟ ରହିଛି ବୋଲି ଚାରିଆଡେ ଚର୍ଚ୍ଚାର ବିଷୟ ହୋଇଛି। ସାଇଲେନ୍ସ ପ୍ଲିଜ ହେବା ଫଳରେ ସ୍ଥାନୀୟ ରାଜସ୍ୱ, ଖଣି ଓ ପୋଲିସ ବାବୁ ଏବଂ ମେଡମ ମାନେ “ତୋତା ମାଇନା” ଭଳି ଅଭିନୟ କରୁଥିବା ଯୋଗୁଁ ସରକାର ଲକ୍ଷ ଲକ୍ଷ ତାଙ୍କର ରାଜସ୍ୱ ହରାଉଥିବା ଚର୍ଚ୍ଚା ହେଉଛି। ସରକାରଙ୍କ ନୀତିନିୟମ କୁ ଉଲ୍ଲଘନ କରି ଜେସିବି ସାହାଯ୍ୟରେ ବାଲି ଉଠାଣ ହେଉଥିବା ଯୋଗୁଁ ଋଷିକୂଲ୍ୟା ଓ ବଡ଼ନଦୀ ର ଗତିପଥ ବଦଳୀ ଗଲାଣି ବୋଲି ପରିବେଶବିତ୍ତ ମାନେ ମତ ପ୍ରକାଶ କରୁଛନ୍ତି।

nis-ad
Leave A Reply

Your email address will not be published.