ଧାନ କିଣା ପ୍ରକ୍ରିୟାରେ ବିଳମ୍ବ, ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ତାଲା ପକାଇଛନ୍ତି ଚାଷୀ

ବରଗଡ଼: ଚାଲିଛି ହୋହାଲ୍ଲା, କଥା କଟାକଟି ଏହାରି ଭିତରେ ଅଫିସରେ ବସିଥିବା ଅଫିସରଙ୍କୁ ତାଲା ପକାଇଥିଲେ ଉତ୍ତେଜିତ ଚାଷୀ । ଆଉ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ବରଗଡ଼ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ । କାରଣ ଥିଲା ଧାନ ସଂଗ୍ରହ ରେ ବିଳମ୍ବ ଯୋଗୁଁ ଚାଷୀ ଅସନ୍ତୋଷ ଜାହିର କରିଥିଲେ । ସୁବ୍ୟବସ୍ଥିତ ଭାବେ ଧାନ କିଣିବା ପାଇଁ ମାର୍କେଟ ୟାର୍ଡର ବ୍ୟବସ୍ଥା ମଧ୍ୟ ହୋଇଛି । ହେଲେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଧାନ ସଂଗ୍ରହ ପ୍ରକ୍ରିୟା ରେ ବ୍ୟାପକ ସମସ୍ୟାର ସମ୍ମୁଖୀନ ହୋଇଥିବା ଅଭିଯୋଗ କରିଛନ୍ତି ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ କୁମ୍ଭାରୀ ଅଞ୍ଚଳର ଚାଷୀ । ଧାନ ବିକ୍ରୀ ପ୍ରକ୍ରିୟାକୁ ୨୦ ଦିନ ବିତିଯାଇଥିଲେ ସୁଦ୍ଧା ମଣ୍ତିରେ ହଜାର ହଜାର ବସ୍ତା ଧାନ ପଡିଥିବା ଯୋଗୁଁ ଅସନ୍ତୋଷ ଜାହିର କରି ବରଗଡ଼ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ତାଲା ପକାଇ ଦେଇଥିଲେ ଚାଷୀ ।

ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଇଚ୍ଛାପାଲି ଠାରେ ଚାଷୀଙ୍କୁ ୮୦୦ ଶହ ଟଙ୍କା ଇନପୁଟ ସହାୟତା ଦିଆଗଲା ହେଲେ ଚାଷୀ ଅସନ୍ତୋଷ ଧିରେ ଧିରେ ଥମିବାର ନାଁ ନେଉନାହିଁ । ବିଧାନସଭାରେ ବିଧାୟକ କହୁଛନ୍ତି ବରଗଡ଼ ଜିଲ୍ଲାର ଚାଷୀ ଖୁସି ହେଲେ ଗ୍ରାଉଣ୍ଡ ଜିରୋରେ ଚାଷୀଙ୍କ ଅସନ୍ତୋଷ ଯୋଗୁଁ ଯୋଗାଣ ଅଫିସ ଠପ୍ କରି ଦେଉଛନ୍ତି ଚାଷୀ ଓ ଚାଷୀ ସଂଗଠନ । ମାର୍କେଟ ୟାର୍ଡରେ କଟନି ଛଟନି ହେଉନାହିଁ, ଦଳାଲ ରାଜ ଚଲିବ ନାହଁ , ଦଲାଲ ଚିହ୍ନଟ ହେଲେ ଜେଲ୍ କୁ ପୁରାଇ ଦିଆଯିବ ବୋଲି ଶାସକ ଦଳର ବିଧାୟକ କହୁଥିବା ବେଳେ ଚାଷୀ ସଂଗଠନ କହୁଛି । ପ୍ରତ୍ୟେକ ମାର୍କେଟ ୟାର୍ଡ ରେ ୨ କିଲୋରୁ ଅଧିକ କଟନି ଛଟନି ହେଉଛି ସତ ସାହାସ ଅଛି ଯଦି ମାର୍କେଟ ୟାର୍ଡ ଚାଲ ବୋଲି ଆହ୍ୱାନ କରିଛନ୍ତି ଚାଷୀ ନେତା ରମେଶ ମହାପାତ୍ର । ଅନ୍ୟପଟେ ଚାଷୀଙ୍କ ଧାନ ବିକ୍ରି ସମସ୍ୟାର ସମାଧାନ ହେବ ବୋଲି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ରାଜ କିଶୋର ପାଣିଗ୍ରାହୀ କହିଛନ୍ତି  ।

nis-ad
Leave A Reply

Your email address will not be published.