ଭୁବନେଶ୍ୱର : ବିଧାନସଭାରେ ଆସ୍କା ASKA – 40କୁ ନେଇ ପାଞ୍ଚ ବର୍ଷ ହେଲା କାହିଁକି ବଢିନି ଦର ବୋଲି ଲିଖିତ ପ୍ରଶ୍ନ କରିଥିଲେ ବିଧାୟକ ସରୋଜ ପାଢ଼ୀ । ତ୍ତରରେ ସମବାୟ ମନ୍ତ୍ରୀ କହିଛନ୍ତି ଆସିକା ଠାରେ ପ୍ରତିଷ୍ଠିତ ଆସିକା ସମବାୟ ଚିନି ଶିଳ୍ପ ନିଃ ମୂଖ୍ୟତଃ ଚିନି ଉତ୍ପାଦନ କରୁଥିଲେ ମଧ୍ଯ ଚିନିର ଉତ୍ପାଦନ ମୂଲ୍ୟ ବିକ୍ରୟ ମୂଲ୍ୟ ଠାରୁ ଅଧିକ ରହିଛି । ଏଣୁ ହେଉଥିବା କ୍ଷତିର ଭରଣା କରିବା ପାଇଁ ବିକଳ୍ପ ଭାବେ ଏଠାରେ ଦେଶୀ ସୁରା (country liquor ) ପ୍ରସ୍ତୁତ କରି ଓଡ଼ିଶା ରାଜ୍ୟ ପାନୀୟ ନିଗମକୁ ଯୋଗାଇ ଦିଆଯାଉଛି । ଏ ବାବଦକୁ ଓଡ଼ିଶା ରାଜ୍ୟ ପାନୀୟ ନିଗମ ଏହି ଦେଶୀ ସୁରାର ସରକାରୀ ଧାର୍ଯ୍ୟ ମୂଲ୍ୟ ପ୍ରଦାନ କରିଥାନ୍ତି । ବର୍ତ୍ତମାନ ଏହି ସୁରାର ବୋତଲ ପ୍ରତି ସର୍ବାଧିକ ବିକ୍ରୟ ମୂଲ୍ୟ ଟ.୬୦ ଧାର୍ଯ୍ୟ ଅଛି ।
ସୂଚନା ଯୋଗ୍ୟ ଯେ ଆଜି ପ୍ରତ୍ୟେକ ଜିନିଷର ବଜାର ଦରର ଅହେତୁକ ମୂଲ୍ୟ ବୃଦ୍ଧି ହୋଇଥିଲେ ସୁଦ୍ଧା ଇତି ମଧ୍ୟରେ ପ୍ରାୟ ପାଞ୍ଚ ବର୍ଷ ବିତି ଯାଇଥିଲେ ମଧ୍ୟ ଏହାର ମୂଲ୍ୟ ବୃଦ୍ଧି ହୋଇ ନାହିଁ । ତେବେ ଏହି ଦେଶୀ ସୁରା “ASKA – 40” ର ମୂଲ୍ୟ ବୃଦ୍ଧି ଶେଷ ଥର ପାଇଁ 2019 ମସିହାରେ ହୋଇଥିଲା ।