ଫୁଲବାଣୀ :କନ୍ଧମାଳ ଜିଲ୍ଲା କୋଟଗଡ ଥାନା ଅନ୍ତର୍ଗତ ସୁବର୍ଣ୍ଣଗିରି ଫାଣ୍ଡି ଅଧିକାରୀ କୁବେର ଦିଗାଲଙ୍କ ବୃଦ୍ଧକଲେ ରାସଲୀଳା କରୁଥିବା କଥାକୁ ନେଇ ସାରା ଅଞ୍ଚଳରେ ଚର୍ଚ୍ଚା ର ବିଷୟ ପାଲଟିଛି l ପ୍ରକାଶ ଥାଉ କି ସୁବର୍ଣ୍ଣଗିରୀ ଫାଣ୍ଡି ଅଧିକାରୀ କୁବେର ଦିଗାଲ ଫାଣ୍ଡିରେ ନ ରହି କୋଟଗଡ ଥାନର ଅଫିସର୍ସ୍ କ୍ୱାଟରରେ ରହୁଥିଲେ l ହେଲେ ଫାଣ୍ଡି ଅଧିକାରୀ କୁବେର ଦିଗାଲ କୋଟଗଡ ଅଫିସର୍ସ କ୍ୱାଟକୁ ଗୋଟିଏ ଅଜଣା ଝିଅକୁ ଆଣି ସେହି ଝିଅ ସହିତ ଶାରୀରିକ ସମ୍ପର୍କ ରଖି ନିଜର ଦେହର ସୁଖ ମେଣ୍ଟାଉ ଥିଲେ l ଏହା ଦିନେ କି ଦୁଇଦିନ ନୁହେଁ, ଦୀର୍ଘ ପନ୍ଦର ଦିନ ଧରି ଦେହର ଭୋକ ମେଣ୍ଟାଇଥିବା କଥା ଶୁଣିବାକୁ ମିଳିଥିଲା l ହେଲେ ଏଠି ପ୍ରଶ୍ନ ଉଠିଛି ଯେ କାହା ଛତ୍ର ଛାୟା ତଳେ ରହି ଫାଣ୍ଡି ଅଧିକାରୀ କୁବେର ଦିଗାଲ ଏପରି ଏକ ଅନୈତିକ କାର୍ଯ୍ୟ କରିବାରେ ସଫଳ ହେଉଛନ୍ତି ତାହା ଏବେ ସର୍ବ ସଧାରଣରେ ଚର୍ଚ୍ଚା ଜୋର୍ ଧରିଛି l କନ୍ଧମାଳ ଜିଲ୍ଲାରେ ଥିବା ନିରୀହ ଆଦିବାସୀ ହରିଜନ ଝିଅ ମାନଙ୍କୁ କିପରି ସହଜରେ ନିଜ ଜାଲରେ ପକାଇ ଅର୍ଥ ଲୋଭ ଦେଖାଇ ଏହି ଫାଣ୍ଡି ଅଧିକାରୀ କୁବେର ଦିଗାଲ ଝିଅଙ୍କ ର ଯୌନ ଶୋଷଣ କରୁଛନ୍ତି ତାହା ଅଞ୍ଚଳ ବାସୀଙ୍କୁ ଚକିତ କରିଛି l ହେଲେ ଏଠି ପ୍ରଶ୍ନ ଉଠିଛି ଯେ ଏପରି ଅସାମାଜିକ ବ୍ୟକ୍ତିଙ୍କୁ ସେହି ଥାନା ଅଧିକାରୀ କିପରି ଜାଣିପାରିଲେ ନାହିଁ ତାହା ବଡ଼ ପ୍ରଶ୍ନ l ପ୍ରକାଶ ଥାଉ କି କୁବେର ଦିଗାଲଙ୍କ ପରିବାର ଲୋକେ କୌଣସି ସୂତ୍ରରୁ ଖବର ପାଇ ଦେଖା କରିବାକୁ ଯାଇଥିଲେ l ହେଲେ ସେହି ଫାଣ୍ଡି ଅଧିକାରୀ କୁବେର ଦିଗାଲ ରହୁଥିବା ଅଫିସର କ୍ୱାଟରରେ ପହଞ୍ଚି ଦେଖିଲା ବେଳକୁ ଘର ଭିତର ପଟରୁ କବାଟ ବନ୍ଦ ଥିଲା l କବାଟ ଖୋଲିବାପାଇଁ ବାହାରୁ ଡାକିବାରୁ ପ୍ରଥମେ ଖୋଲିନଥିଲେ ଫଳରେ ପରିବାର ଲୋକଙ୍କ ମନରେ ସନ୍ଧେହ ସୃଷ୍ଟି ହୋଇଥିଲା l ବାରମ୍ବାର କବାଟ ଠକ ଠକ କରିବା ପରେ କବାଟ ଖୋଲିଥିଲେ l ସେତିକି ବେଳେ ଘରଭିତରେ ଜଣେ ଅଜଣା ଝିଅ ସହିତ ଅସଞ୍ଜତ ଅବସ୍ଥାରେ ଦେଖିବାକୁ ପାଇଥିଲେ l ସେହି ଝିଅ କିଏ ତାର ପରିଚୟ କଣ ବୋଲି ପଚାରିବାରୁ କୌଣସି ଉତ୍ତର ଦେଇ ପାରିନଥିଲେ ଫାଣ୍ଡି ଅଧିକାରୀ କୁବେର ଦିଗାଲ l ଏପରି ଅବସ୍ଥା ରେ ଥିବା ଦେଖି ପରିବାର ଲୋକେ ତୁରନ୍ତ ସେହି ଥାନାର କର୍ମଚାରି ମାନଙ୍କୁ ଖବର ଦେଇଥିଲେ l ହେଲେ ପୋଲିସ କର୍ମ ଚାରି ମାନେ ତୁରନ୍ତ ଆସି ଉଭୟଙ୍କୁ ଅସଞ୍ଜତ ଅବସ୍ଥାରେ କାବୁ କରି ନେଇଥିଲେ l ହେଲେ ଏଠି ପ୍ରଶ୍ନ ଉଠିଛି ଯେ ଏପରି ଅସାମାଜିକ ଫାଣ୍ଡି ଅଧିକାରୀ କୁବେର ଦିଗାଲଙ୍କୁ କେବେ ଓ କେଉଁ ଦିନ ପୋଲିସ ପ୍ରଶାସନ ପକ୍ଷରୁ କି ପଦକ୍ଷେପ ନେବା ସହ କଣ କାର୍ଯ୍ୟାନଷ୍ଠାନ ଗ୍ରହଣ କରାଯିବ ତାହା କେବଳ ଦେଖିବାକୁ ବାକି ରହିଲା l
Sign in
Sign in
Recover your password.
A password will be e-mailed to you.
Prev Post