ଏମ୍ଭି୭ ହାଇସ୍କୁଲ ଖେଳପଡିଆ ଠାରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମହୋତ୍ସବ ଆୟୋଜିତ

ମାଲକାନଗିରି,୧୦।୧୨ ଆଜି ମାଲାକନଗିରି ଜିଲ୍ଲା ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ତରଫରୁ ଏକ ଜିଲ୍ଲାସ୍ତରୀୟ ମହୋତ୍ସବ ଏମ୍ଭି୭ ହାଇସ୍କୁଲ ଖେଳପଡିଆ ଠାରେ ଆୟୋଜିତ ହୋଇ ଯାଇଛିା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ, ମାଲକାନଗିରି ଓ ଚିତ୍ରକୋଣ୍ଡା ବିଧାୟକ ପ୍ରତିନିଧି ,ସାଂସଦ ପ୍ରତିନିଧି ମଞ୍ଚ।ସିନ ହୋଇଥିଲେ ।ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ତରଫରୁ ହୋଇଥିବା ବିଭିନ୍ନ ଷ୍ଟଲ ଗୁଡିକୁ ଅତିଥିମାନେ ପରିଦର୍ଶନ କରିବା ପରେ ଏକ ସଭା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପ୍ରାରମ୍ଭରେ ଜଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡଃ ରତ୍ନାକର ସାହୁ ଅତିଥିଙ୍କୁ ସ୍ୱାଗତ କରିବା ସହ ରାଜ୍ୟ ସରକାରଙ୍କ ଏହି ବହୁମୁଖୀ କାର୍ଯ୍ୟକ୍ରମ ବିଷୟରେ ସୁଚନା ମାନ ପ୍ରଦାନ କରିଥିଲେ । ମଞ୍ଚା ସିନ ଅତିଥିମାନେ ସଭାକାର୍ଯ୍ୟରେ ଉପସ୍ଥିତ ଚାଷୀ ମାନଙ୍କୁ ଉଦବୋଧନ ମାଧ୍ୟମରେ ଜିଲ୍ଲାରେ ପ୍ରାଣୀ ସମ୍ପଦ ଓ ମତ୍ସ୍ୟ ସମ୍ପଦର ଭିତିଭୂମି, ଉନ୍ନତମାନର ଥିବାବେଳେ ଚାଷୀ ମାନେ ଏହି ଚାଷକୁ ଆପଣାଇ ସରକାରଙ୍କ ସମସ୍ତ ସୁବିଧା ଲାଭକରନ୍ତୁ ଯଦ୍ୱାରା ଜିଲ୍ଲାରେ ଦୁଗ୍ଧଜାତୀୟ ଦ୍ରବ୍ୟ, ଜୈବିକ ଖତସାର, ଉନ୍ନତ ଧରଣର ମାଛ ଉତ୍ପାଦନ ହୋଇ ପାରିବ । ସୁଗମ ଉପାୟ ରେ ଗୋପାଳନ, କୁକୁଡା ପାଳନ, ଛେଳି ପାଳନ କରିବା ଦ୍ୱାରା ଏହାର ବଜାର ସୃଷ୍ଟି ହେବା ସହ ଜିଲ୍ଲାର ଖାଉଟି ମାନଙ୍କୁ ଏହା ସୁଲଭ ଦରରେ ମିଳିପାରିବ । ଆଜିର ଏହି ସଭାରେ ସଫଳ ଚାଷୀ ଭାବେ କୋରୁକୋଣ୍ଡା ବ୍ଲକର ସୁଶାନ୍ତ ମଣ୍ଡଳ, ଡାଇରି ଫାର୍ମ କରିଥିବାରୁ ତାଙ୍କୁ ୫ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରା ଯାଇଥିଲା । ସଭା ଶେଷରେ ଜିଲ୍ଲା କୃଷି ଅଧିକାରୀ ସୁଶାନ୍ତ କୁମାର ଗୌଡ ଧନ୍ୟବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.