କଟକ ସହରରେ ମଶାଙ୍କ ଉପଦ୍ରବ କମାଇବା ପାଇଁ ଡ୍ରୋନରେ କରାଯିବ ସ୍ପ୍ରେ

କଟକ : କଟକ ସହରରେ ମଶାଙ୍କ ଉପଦ୍ରବ କମାଇବା ପାଇଁ CMCର ପଦକ୍ଷେପ। CMC ପକ୍ଷରୁ ଡ୍ରୋନରେ କରାଯିବ ସ୍ପ୍ରେ। ମଶାଙ୍କ ବଂଶ ବୃଦ୍ଧି ରୋକିବା ପାଇଁ କରାଯିବ ଡ୍ରୋନ ସ୍ପ୍ରେ । ଯେଉଁଠି CMC କର୍ମଚାରୀ ସ୍ପ୍ରେ କରିପାରିବେନି ସେଠି ଡ୍ରୋନ ସ୍ପ୍ରେ କରାଯିବ । ସିଏମ୍ ସି ଅଧିକାରୀ ସତ୍ୟବ୍ରତ ମହାପାତ୍ରଙ୍କ ସୂଚନା ଦେଇଛନ୍ତି।

ଅନ୍ୟପଟେ ମଶା ନିବାରଣ ପାଇଁ କଟକ ସହରରେ ମଶାତେଲ ସିଞ୍ଚନ କରଯାଉଛି ।ମଶାର ଘନତ୍ୱକୁ ଦୃଷ୍ଟି ରେ ରଖି ୱାର୍ଡ଼ ସ୍ତରରେ ଦିନକୁ ଦୁଇ ଥର କରି ମଶାତେଲ ଓ ମଶା ଧୂଆଁ ଦିଆଯାଉଛି। ଆଗମୀ ଦିନରେ ଅପହଞ୍ଚ ଅଞ୍ଚଳରେ ଡ୍ରୋନ ଯୋଗେ ମଶା ତେଲ ସିଞ୍ଚନ କରିବା ପାଇଁ ଯୋଜନା କରିଛି ସିଏମସି।

nis-ad
Leave A Reply

Your email address will not be published.