‘୫ ବର୍ଷରେ ଅନଲାଇନ ଟ୍ରେଡିଂ ଠକେଇର ଶିକାର ହୋଇଛନ୍ତି ୫୯ ହଜାରରୁ ଅଧିକ ଲୋକ’

ଭୁବନେଶ୍ବର: ଅନଲାଇନ ଟ୍ରେଡିଂ ବର୍ତ୍ତମାନ ସମୟରେ ଠକେଇର ଏକ ପ୍ରମୁଖ ମାଧ୍ୟମ ପାଲଟିଛି । ଗତ ୫ ବର୍ଷ ମଧ୍ୟରେ ଅନଲାଇନ ଟ୍ରେଡିଂ ଠକେଇର ଶିକାର ହୋଇଛନ୍ତି ୫୯ ହଜାର ୪୩୭ ଲୋକ । ଆଜି ବିଧାନସଭାରେ ଏଭଳି ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଗତ ୫ ବର୍ଷ ଭିତରେ କେତେ ଯୁବପିଢି ଅନଲାଇନ ଟ୍ରେଡିଂ ଠକେଇର ଶିକାର ହୋଇଛନ୍ତି ତାର ସମ୍ପୂର୍ଣ୍ଣ ତଥ୍ୟ ଆଜି ବିଧାନସଭାରେ ମାଗିଥିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ଆଉ ଏହାର ଲିଖିତ ଉତ୍ତର ଦେଇଛନ୍ତି ମୋହନ ମାଝୀ ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଏହାର ଲିଖିତ ଉତ୍ତର ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଗତ ୫ ବର୍ଷ ମଧ୍ୟରେ ୫୯ ହଜାର ୪୩୭ ଲୋକ ଅନଲାଇନ ଟ୍ରେଡିଂ ଠକେଇର ଶିକାର ହୋଇଛନ୍ତି । ୨୦୧୯ରେ ୧୮ ଜଣ, ୨୦୨୦ରେ ୨୮ ଜଣ, ୨୦୨୧ରେ ୨୨ ଜଣ ଏବଂ ୨୦୨୨ରେ ୧୦୫ ଜଣ ଅନଲାଇନ ଟ୍ରେଡିଂ ଠକେଇର ଶିକାର ହୋଇଥିଲେ ।

ତେବେ ୨୦୨୩ରେ ଏହା ସାଙ୍ଘାତିକ ଭାବେ ବଢ଼ି ୧୮ ହଜାର ୯୯୪ରେ ପହଞ୍ଚିଥିଲା । ଆଉ ଚଳିତ ବର୍ଷ ନଭେମ୍ବର ମାସ ସୁଦ୍ଧା ୪୦ ହଜାର ୨୭୦ ଜଣ ଅନଲାଇନ ଟ୍ରେଡିଂ କରି ଠକାମିରେ ପଡ଼ିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

nis-ad
Leave A Reply

Your email address will not be published.