ଭୁବନେଶ୍ବର: ଓଡିଶାର ୩୦ଟି ଜିଲ୍ଲାରେ ମେଡିକାଲ କଲେଜ ଖୋଲିବ । ଖୁବ ଶୀଘ୍ର ଡାକ୍ତର ପଦବୀ ପୂରଣ କରାଯିବ । ୫ ହଜାର ପଦବୀ ପୂରଣ ପାଇଁ ବିଜ୍ଞାପନ ବାହାରିବ । ଏହା ସହିତ ୩ ହଜାର ପାରା ମେଡିକାଲ ଷ୍ଟାଫ ପଦବୀ ମଧ୍ୟ ପୂରଣ କରାଯିବ ବୋଲି ଆଜି ବିଧାନସଭାରେ କହିଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।
ସେହିଭଳି ମେଡିକାଲ ରିକ୍ରୁଟମେଣ୍ଟ ପ୍ରକ୍ରିୟାରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନରେ ୨ଟି ସଂଶୋଧନ କରାଯାଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।
ସେହିପରି ୨୦୧୪ ପରେ ଯେତେ ସବୁ ୧୦୦ ବେଡ ବିଶିଷ୍ଟ ମେଡିକାଲ କଲେଜ ଖୋଲିଛି, ସେଗୁଡିକର ଉନ୍ନତିକରଣ ପାଇଁ ୨୫୦ ରୁ ୩୦୦ କୋଟି ଟଙ୍କା ଖର୍ଚ୍ଚ ହେଉଛି । ବୋଲି ଗୃହରେ କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।