ବସ ଓ ମୋଟର ସାଇକେଲ ମୁହାଁମୁହିଁ, ୩ ମୃତ

ମାଲକାନଗିରି, ୭।୧୨ : ମାଲକାନଗିରି ଜିଲ୍ଲାରେ ଏକ ଦୁର୍ଘଟଣାରେ ୩ ଜଣ ମୋଟର ସାଇକେଲ ଆରୋହିଙ୍କ ମୃତ୍ୟୁ ଘଟିଛି। ମୃତକ ମାନେ ମାଲକାନଗିରି ଥାନା ଅନ୍ତର୍ଗତ ଏମଭି ୮୬ ଗ୍ରାମର ଗୁଡୁ ବିଶ୍ବାସ, ପ୍ରତାପ ବିଶ୍ବାସ, କରନ ସେନ ବୋଲି ଜଣା ପଡିଛି। ସୂଚନା ଅନୁଯାୟୀ ଏକ ଓଏସଆରଟିସି ବସ ମାଲକାନଗିରିରୁ ପଡିଆ ଅଭିମୁଖେ ଯାତ୍ରା କରୁଥିବା ବେଳେ ଏମଭି ୭ ଗ୍ରାମ ନିକଟରେ ଥିବା ବୁଲାଣି ନିକଟରେ ସାମ୍ନା ପଟୁ ତିନିଜଣ ଯୁବକ ଏକ ମୋଟର ସାଇକେଲ ଦ୍ରୁତ ଗତିରେ ଆସି ବସ ସହ ମୁହାଁ ମୁହିଁ ହୋଇଥିଲେ। ମୋଟର ସାଇକେଲ ଚାଳକ ଜଣଙ୍କ ବସକୁ ଦେଖି ଖୁବ ଜୋରରେ ବ୍ରେକ ଦେଇଥିବା ବେଳେ ମୋଟର ସାଇକେଲରେ ବସିଥିବ ସମସ୍ତ ୩ ଜଣ ଛିଟିକି ଯାଇ ବସ ତଳେ ପଡିଯାଇଥିଲେ। ଯାହା ଫଳରେ ବସ ଟି ଉକ୍ତ ୩ ଜଣଙ୍କ ଉପରେ ଚଢି ଯାଇଥିଲା ଏବଂ ଘଟଣା ସ୍ଥଳରେ ସେମାନନଙ୍କର ମୃତ୍ୟୁ ହୋଇଥିଲା ବୋଲି ପ୍ରତେକ୍ଷ ଦର୍ଶୀ ମାନେ ପ୍ରକାଶ କରିଛନ୍ତି। ବସ ର ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ମାଲକାନଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଏହି ବୁଲାଣି ନିକଟରେ ଅନେକ ସାମୀରେ ଏହିପରି ଦୁର୍ଘଟଣା ଘଟୁଥିବା ବେଳେ ସ୍ଥାନୀୟ ଲୋକେ ସେଠାରେ ଗାଡିର ଗତି କମାଇବା ପାଇଁ ବେରିକେଟ କରିବାକୁ ଦାବି କରିଛନ୍ତି।

nis-ad
Leave A Reply

Your email address will not be published.