ଭୁବନେଶ୍ବର : ନବୀନ ପଟ୍ଟନାୟକ ଶାସନକାଳରେ ଓଡ଼ିଶାରେ ପ୍ରକଳ୍ପ ନକରି ଓହରି ଯାଇଛନ୍ତି ୧୩ଟି ପ୍ରମୁଖ ଶିଳ୍ପ କମ୍ପାନୀ । ଏହି କମ୍ପାନୀଗୁଡ଼ିକ ପ୍ରକଳ୍ପ ସ୍ଥାପନ ପାଇଁ ଏମଓୟୁ ସ୍ୱାକ୍ଷର କରିଥିଲେ ମଧ୍ୟ ବିଭିନ୍ନ କାରଣରୁ ଓହରି ଯାଇଥିଲେ । ଆଜି ବିଧାନସଭାରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏହି ତଥ୍ୟ ରଖିଛନ୍ତି ।
ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଶ୍ରୀ ସ୍ୱାଇଁ କହିଛନ୍ତି ଯେ, ୧୩ଟି କମ୍ପାନୀ ଶିଳ୍ପ ସ୍ଥାପନ ପାଇଁ ରାଜ୍ୟ ସରକାରଙ୍କ ସହ ଏମଓୟୁ ସ୍ୱାକ୍ଷର କରିଥିଲେ ମଧ୍ୟ ବିଭିନ୍ନ କାରଣରୁ ଓହରି ଯାଇଛନ୍ତି । ସେମାନଙ୍କ ମଧ୍ୟରେ ଆର୍ସେଲର ମିତ୍ତଲ ଇଣ୍ଡିଆ, ପୋସ୍କୋ, ମହାରାଷ୍ଟ୍ର ସିମଲେସ୍ , ଷ୍ଟେରଲାଇଟ୍ ଇଣ୍ଡଷ୍ଟ୍ରିଜ, ଅନୁଗୁଳ ଏନର୍ଜି(ଭୂଷଣ ଏନର୍ଜି), ଜେଆର ପାୱାରଗ୍ରେନ୍, ଟାଟା ପାୱାର କମ୍ପାନୀ, ଆରତୀ ଷ୍ଟିଲ, ସିଇଏସସି ଲିଃ, ଚମ୍ବଲ ଇନଫ୍ରାଷ୍ଟକଚର ଆଣ୍ଡ ଭେଂଚର, କଳିଙ୍ଗ ଏନର୍ଜି ଆଣ୍ଡ ପାୱାର, ବିଜିଆର ଏନର୍ଜି ସିଷ୍ଟମ ଓ ଆରଏସବି ମେଟାଲିକ୍ସ । ଏହି କମ୍ପାନୀଗୁଡ଼ିକ ମଧ୍ୟରେ ଆର୍ସେଲର ୪୦ହଜାର କୋଟି ଓ ପୋସେକ୍ା ୫୧ହଜାର କୋଟି ଟଙ୍କା ନିବେଶର ପ୍ରତିଶ୍ରୁତି ଦେଇଥିଲେ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଲିଖିତ ଉତ୍ତରରେ ଜଣାଇଛନ୍ତି ।
ଅନ୍ୟପକ୍ଷରେ ଆଜି ଗୃହ ବାହାରେ ଶିଳ୍ପ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ, ଏବେ କୌଣସି ଶିଳ୍ପ ଓଡ଼ିଶାରୁ ଫେରୁନାହିଁ । ଶିଳ୍ପ କମ୍ପାନୀଗୁଡ଼ିକ ପକ୍ଷରୁ ମଧ୍ୟ ଏହା ସ୍ପଷ୍ଟ କରାଯାଇଛି । ଆର୍ସେଲର ମିତ୍ତଲ ନିପନ ଷ୍ଟିଲର ସ୍ଥିତି ହେଉଛି ସ୍ଥାନୀୟ ତହସିଲଦାରଙ୍କ ପକ୍ଷରୁ ଆଜି ସମ୍ପୃକ୍ତ ଅଂଚଳରେ ଜମି କିଣାବିକା ବନ୍ଦ ପାଇଁ ବିଜ୍ଞପ୍ତି ଜାରି ହୋଇଛି । ସେଠାରେ ପ୍ରକଳ୍ପ ପାଇଁ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି । ରେଳ ପ୍ରକଳ୍ପ ପାଇଁ ଡିପିଆର ପ୍ରସ୍ତୁତି କରାଯାଉଛି । ୧୮ମାସ ମଧ୍ୟରେ ବିଦ୍ୟୁତ ସଂଯୋଗ କାର୍ଯ୍ୟ ସରିବ । ସମସ୍ତ ପ୍ରକାରର ଆନୁସଙ୍ଗିକ କାମ ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ପୂର୍ବ ସରକାର ସମୟରେ ବି ଯେଉଁ ଶିଳ୍ପ ଫେରିଥିଲା ତାକୁ ଆମେ ଓଡ଼ିଶାକୁ ଫେରାଇ ଆଣିବାକୁ ଚେଷ୍ଟା କରୁଛୁ ବୋଲି ସେ କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.