ବିଳମ୍ବିତ ରାତ୍ରରେ ବନ୍ଧୁକ ମୁନରେ ଲୁଟ୍ ଉଦ୍ୟମ: ଥାନାରେ ଜଣକୁ ଅଟକ

ଫୁଲବାଣୀ : ବିଳମ୍ବିତ ରାତ୍ରରେ ବନ୍ଧୁକ ମୁନରେ ଲୁଟ୍ ଉଦ୍ୟମ l ଫୁଲବାଣୀ ଟାଉନ୍ ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା । ଫୁଲବାଣୀ ପୌର ପରିଷଦର ଫୁଲବାଣୀ ସାହିରେ ଥିବା ଅଧିକାରୀ ଫାଇନାନ୍ସ କାର୍ଯ୍ୟାଳୟରେ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ବିଳମ୍ବିତ ରାତିରେ ଅଧିକାରୀ ଫାଇନାନ୍ସ କାର୍ଯ୍ୟାଳୟରେ ତିନିଜଣ କର୍ମଚାରୀ ଗତକାଲି ଦୁଇ ଲକ୍ଷକୁ ଉର୍ଦ୍ଧ୍ବ ଋଣ ଟଙ୍କା ଆଦାୟ କରି କାର୍ଯ୍ୟାଳୟରେ ଟଙ୍କା ଗଣତି କରୁଥିବା ବେଳେ ହଠାତ୍ ପହଁଚିଥିଲେ ତିନି ଜଣ ମୁଖା ପିନ୍ଧା ଦୁର୍ବୁତ୍ତ । ଜଣେ ଦୁର୍ବୃତ୍ତ କାର୍ଯ୍ୟାଳୟ ବାହାରେ ଥିବାବେଳେ ଦୁଇଜଣ ଦୁର୍ବୃତ୍ତ ବନ୍ଧୁକ ଧରି କାର୍ଯ୍ୟାଳୟ ଭିତରକୁ ପଶି କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଟଙ୍କା ମାଗିଥିଲେ । ସେହି ସମୟରେ ନିଜ ଜୀବନ ବଞ୍ଚାଇବାସହ ଟଙ୍କା ବଞ୍ଚାଇବାକୁ ଦୁର୍ବୃତ୍ତଙ୍କ ସହ ଧସ୍ତାଧସ୍ତି ହୋଇଥିଲେ । ତେବେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଦୁଇ କର୍ମଚାରୀ ଗୁରୁତର ଆହତ ହୋଇଥିବା ବେଳେ ଜଣେ ଦୁର୍ବୃତ୍ତକୁ କାବୁ କରିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି । ଖବରପାଇ ଟାଉନ୍ ଥାନା ପୋଲିସ୍ ଘଟଣା ସ୍ଥଳରେ ପହଁଚି ଆହତଙ୍କୁ ଚିକିତ୍ସା କରାଇବା ସହ ଜଣେ ଦୁର୍ବୃତ୍ତକୁ ଥାନାରେ ଅଟକ ରଖି ଛାନ ଭିନ ଆରମ୍ଭ କରିଛି । ସେପଟେ ବର୍ତ୍ତମାନ ସୁଦ୍ଧା କେତେ ଟଙ୍କା ଲୁଟ୍ ହୋଇଛି ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଶ୍ରୀକାନ୍ତ ପ୍ରଧାନ ଓ ଲିଖନ୍ ମଲ୍ଲିକ,ଆହତ ଫାଇନାନ୍ସ କର୍ମଚାରୀ ବୋଲି ଜଣା ପଡିଛି l

nis-ad
Leave A Reply

Your email address will not be published.