ସୈତାନ ସାଜିଲେ ମା’-ବାପା: ପୁଅକୁ ମାରି ମାଟିରେ ପୋତିଦେଲେ

ଚୌଦ୍ଵାର: ନିଶାଗ୍ରସ୍ତ ଅବସ୍ଥାରେ ସୈତାନ ସାଜିଲେ ମା’-ବାପା ।  ପୁଅକୁ ମାରି ମାଟିରେ ପୋତିଦେଲେ ।  ନିଜ ଜନ୍ମ କଲା ସନ୍ତାକୁ ହତ୍ୟାକରିବା ପରେ ଏପରି କରିଛନ୍ତି ବାପା ମାଆ । ଚୌଦ୍ଵାର ଥାନା ଅନ୍ତର୍ଗତ ବ୍ୟାଘ୍ର ବାହିନୀ ମୁଣ୍ଡା ସାହିର ଘଟଣା ।

ସୂଚନା ଅନୁୟାୟୀ , ଗତକାଲି ବିଳମ୍ବିତ ରାତିରେ ଶିଶୁପୁତ୍ରର ବାପା ରାଜୁ ହେମ୍ବ୍ରମର ୩ ବନ୍ଧୁ ନିଶାସକ୍ତ ଅବସ୍ଥାରେ ଘରେ ପହଞ୍ଚିଥିଲେ ।  ରାଜୁ ଓ ତାଙ୍କ ସ୍ତ୍ରୀ ବନ୍ଧୁଙ୍କ ସହ ମିଶି ମଦ ପିଇବା ପରେ ନିଶାଗ୍ରସ୍ତ ହୋଇ ଶିଶୁଟି ଶୋଇଥିବା ଅବସ୍ଥାରେ ଚଢି ଯାଇଥିଲେ।  ଘଟଣାସ୍ଥଳରେ ଶିଶୁପୁତ୍ରର ମୃତ୍ୟୁ ହୋଇଯାଇଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା  ।  ଭୋରୁ ବାପାମାଆ ତରବରିଆ ଭାବେ ଏକ ପରିତ୍ୟକ୍ତ ସ୍ଥାନରେ ଶିଶୁକୁ ପୋତି ଦେଇଥିଲେ ।  ଏନେଇ କିଛି ସ୍ଥାନୀୟ ଯୁବକ ଚୌଦ୍ଵାର ପୋଲିସକୁ ଖବର ଦେଇଥିଲେ ।  ପୋଲିସ ପହଞ୍ଚି ବାପା-ମାଙ୍କୁ ଅଟକ ରଖି ତଦନ୍ତ କରୁଛି ।  ଏଥିସହ ମୃତ ଶିଶୁପୁତ୍ରର ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି  ।

nis-ad
Leave A Reply

Your email address will not be published.