ବାବୁ ମାନେ ସରକାର କା ମାଲରେ ଜଣେ ଜଣେ କୁବେର……
ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାର ଅଧିକାଂଶ ପୂର୍ତ୍ତ ବିଭାଗ ରାସ୍ତାରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇ ଥିବା ଦେଖିବାକୁ ମିଳୁଛି। ଆସିକା ରୁ ଭଞ୍ଜନଗର ଯିବା ରାସ୍ତାରେ ଭୂତ ବି ଯିବାକୁ ଭୟ କରିବା ଭଳି ପରିସ୍ଥିତି ହୋଇଛି। ଆସିକା ପୂର୍ତ୍ତ ବିଭାଗ ପକ୍ଷରୁ ମରାମତି ଓ କେ-ଟୁ କାର୍ଯ୍ୟରେ ଲକ୍ଷ ଲକ୍ଷ ଟଙ୍କାର କାର୍ଯ୍ୟ ହୋଇଥିବା ମିଥ୍ୟା ବିଲ କରିଥିବା ଆଲୋଚନା ହେଉଛି। ଏନେଇ କନିଷ୍ଠ ଯନ୍ତ୍ରୀଙ୍କୁ କେ-ଟୁ, କଥା ପଚାରିଲେ ବାବୁ ଙ୍କ ଫୋନ ୱାନ ସାଇଡ ହୋଇଯାଉଛି। ଆସିକା, କବିସୂର୍ଯ୍ୟନଗର ଓ ଭଞ୍ଜନଗର ଅଞ୍ଚଳ ରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଥିବା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଆସିକା ମିନି ଷ୍ଟାଡିୟମ, ଉପଖଣ୍ଡ ଚିକିତ୍ସାଳୟ ରେ ଲକ୍ଷା ଧିକ ଟଙ୍କାର ଦୁର୍ନୀତି ହୋଇଥିବା ବିଭିନ୍ନ ଗଣମାଧ୍ୟମ ରେ ପୂର୍ବରୁ ପ୍ରକାଶ ହେବାର ନଜିର ରହିଛି। ଦୁର୍ନୀତି ସମ୍ପର୍କ ରେ କ୍ୱାଲିଟି କଣ୍ଟ୍ରୋଲ ବିଭାଗ ଆସି ତଦନ୍ତ କରି ଗଲେବି କୌଣସି ଘଟଣା ର ପର୍ଦାଫାଶ ହେଉନାହିଁ। ସରକାରଙ୍କ ଦରମା ନେଇ ଅଧିକାଂଶ ବାବୁ ମାନେ କାର୍ଯ୍ୟାଳୟ କୁ ନଆସି ସାଇଡ଼ କୁ ଯାଇଥିବା ଦର୍ଶାଯାଉଛି। ଯଦି ବାବୁ ମାନେ ଉନ୍ନୟନ କାର୍ଯ୍ୟ ତଦାରଖ କରୁଛନ୍ତି ତାହା ହେଲେ କେଉଁଠି ସ୍ୱଳ୍ପ ସମୟ ମଧ୍ୟରେ ପିଚୁ ଉଠିଯିବା ସହ ରାସ୍ତାରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି କେମେତି ହେଉଛି ବୋଲି ସାଧାରଣ ରେ ପ୍ରଶ୍ନ ଉଠୁଛି । ଗଞ୍ଜାମ ଜିଲ୍ଲାକୁ ବାବୁ ମାନେ ଥରେ ଆସିଲେ ଏଠାକାର ପାଣି ପବନ ସହ ଖାପ ଖୁଆଇ କିଛି ବର୍ଷ ମଧ୍ୟରେ ଜଣେ ଜଣେ କୁବେର ପାଲଟି ଭିଜିଲାନ୍ସ ହାତରେ ଧରାପଡ଼ିବା ନଜିର ରହିଛି। ଲୋକେ କହିଲେଣି ପୂର୍ତ୍ତ ବିଭାଗ ନାଁ ଗର୍ତ୍ତ ସୃଷ୍ଟି କରିବା ବିଭାଗ ବୋଲି ପ୍ରଶ୍ନ କଲେଣି । ରାଜ୍ୟର ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ହେଉଥିଲେ ବି ଗଞ୍ଜାମ ଜିଲ୍ଲାରେ ଏହାର ବ୍ୟତିକ୍ରମ ଯୋଗୁଁ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି। ସୂଚନା ଥାଉକି ବ୍ରହ୍ମପୁର ରେ ପୂର୍ତ୍ତ ବିଭାଗ କଥା ନକହିବା ଭଲ ଯେଉଁ କାମରେ ହାତ ମାରିବ ସେଇଠି ପାଇବେ ଦୁର୍ନୀତି ର ଗନ୍ଧ l ଏଠାରେ ପୂର୍ତ୍ତ ବିଭାଗ ର ୨ଟି ଡିଭିଜନ କରାଯାଇଛି କିନ୍ତୁ ଦୁର୍ନୀତି କରିବାରେ ଦୁହେଁ ଦୁହିଁଙ୍କୁ ବଳି l ବାବୁ ମାନଙ୍କ ଦେଖା ନାହିଁ ଅଫିସ ଖାଲି ପିଅନ ଦ୍ଵାରା ଅଫିସ ଚାଲିଛି ତଥ୍ୟ ମାଗିବା କୁ ଗଲେ ପିଅନ କହୁଛନ୍ତି ଏସ ଡି ଓ, ଜେଇ ସାଇଡ କୁ ଯାଇଛନ୍ତି ଯାହାକି ଅତି ସାଧାରଣ ଉତ୍ତର l ଦୁର୍ନୀତି ନିବାରଣ ବିଭାଗ ର ଏହି ମାନେ ଗେଲ୍ହା ପୁଅ କହିଲେ କିଛି ବି ଭୁଲ ହେବ ନାହିଁ l କଥା ରେ ଅଛି ତୁ ଗୁହାରି କରିବୁ ଯାହାକୁ ମୁଁ ଘଇତା କରିଛି ତାହାକୁ ନୀତି ରେ ଚାଲିଛି ବ୍ୟବସ୍ଥା l ରାସ୍ତା କାମ କରିବା ୨ ମାସ ବି ଯାଉନି କେବଳ ବିଲ୍ ହେବା ଯାଏ ଯେମିତି ଅପେକ୍ଷା କରିଛି l ପିଚୁ ରାସ୍ତା କଥା ନକହିବା ଭଲ ସାମାନ୍ୟ ବର୍ଷା ହେଲେ ଧୋଇ ହୋଇ ଯାଉଛି ପ୍ରଶାସନ ସବୁ ଜାଣି ପିସି ନେଇ ଚୁପ l ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଦ୍ଵାରା ଯଦି ଗଞ୍ଜାମ ଜିଲ୍ଲା ରେ ହୋଇ ଥିବା କାର୍ଯ୍ୟ ଯାଞ୍ଚ ହୁଅନ୍ତା ଏବଂ ଏଠା କାର ବାବୁ ମାନଙ୍କ ଉପରେ ଚଢାଉ ହୁଅନ୍ତା ତେବେ ଅନେକ ଗୁମର ଖୋଲନ୍ତା ବୋଲି ସାଧାରଣ ରେ ଅଭିଯୋଗ ହେଉଛି l