ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌରପରିଷଦର ଅରବିନ୍ଦ ନଗର ଠାରେ ଦିର୍ଘ ଦିନ ଧରି ଚାଲୁଥିବା ପଞ୍ଚୁକ ଯାତ୍ରା ସମାପନ ହୋଇଛି l
ଏହି ପଞ୍ଚୁକ ଯାତ୍ରାର ପରିଚାଳନା କନ୍ଧମାଳ ଯୁବ ସାମ୍ବାଦିକ ଅଶୋକ କୁମାର ମିଶ୍ର କରିଥିଲେ l ପ୍ରାରମ୍ଭ ଦିନ ସକାଳ ୮ ଟା ସମୟରେ ଫୁଲବାଣୀ ସାଲୁକଙ୍କି ନଦୀରୁ ମହା ଆଡମ୍ବରରେ କଳସ ଯାତ୍ରା ହୋଇଥିଲା l ସକାଳ ୧୦ ଟା ସମୟ ରେ ନାମ ସଂକୀର୍ତନ ଆରମ୍ଭ ହୋଇଥିଲା l ଏଥି ସହିତ ସହିତ କନ୍ଧମାଳ ଜିଲ୍ଲାର ପ୍ରସିଦ୍ଧ ପ୍ରହଲ୍ଲାଦ ନାଟକ ବଡଭୁଇଁ କଳାକାର ମାନେ ନାଟକ ଆରମ୍ଭ କରିଥିଲେ l ଏହି ନାଟକ ଦେଖିବାକୁ ପ୍ରବଳ ଭିଡ ଜମିଥିଲା l ସଂକୀର୍ତ୍ତନ ସହ ଅର୍ଣ୍ଣପ୍ରସାଦର ବ୍ୟବସ୍ଥା କରାଯାଇଥିଲା l ପ୍ରାୟ ପାଞ୍ଚ ହଜାର ରୁ ଅଧିକ ଭକ୍ତ ପ୍ରସାଦ ସେବନ କରିଛନ୍ତି ଏହି କାର୍ଯ୍ୟକ୍ରମରେ ଫୁଲବାଣୀ ପୌରପରିଷଦର ଅଧ୍ୟକ୍ଷା ପାୟଲ ବେହେରା, ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ଓ ମାଁ ପଶ୍ଚିମ କାଳୀ ରତଙ୍ଗର କାଳି ସାଧକ ଶ୍ରୀ ବିମଳ କୁମାର ମହାଙ୍କୁଡ ଯୋଗଦେଇ ଥିବା ବେଳେ କନ୍ଧମାଳ ଜିଲ୍ଲା,ନୟାଗଡ ଜିଲ୍ଲା,ଗଞ୍ଜାମ ଜିଲ୍ଲା ରୁ ବହୁ ଗଣମାଧ୍ୟମ ଓ ପ୍ରସାଶନିକ ଅଧିକାରୀ ଯୋଗ ଦେଇଥିଲେ l କନ୍ଧମାଳ ଜିଲ୍ଲାର ଯୁବ ସାମ୍ବାଦିକ ଅଶୋକ କୁମାର ମିଶ୍ର ଙ୍କୁ ସମସ୍ତେ ସାଧୁବାଦ ଜ୍ଞାପନ କରିବା ସହ ଏହି କାତ୍ତିର୍କ ମାସ ବଡ ଓଷାରେ ଏବଂ ପଞ୍ଚୁକ ସମୟରେ ଏପରି କାର୍ଯ୍ୟକ୍ରମ କରିଥିବାରୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଇଛନ୍ତି l
Sign in
Sign in
Recover your password.
A password will be e-mailed to you.