ସିଙ୍ଗାପୁରର ବିଭିନ୍ନ ଶିଳ୍ପପତିଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଟ କରାଯିବ: ମୋହନ ମାଝୀ

ଭୁବନେଶ୍ଵର: ୬ ଦିନିଆ ସିଙ୍ଗାପୁର ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ଦିଲ୍ଲୀରେ ପହଞ୍ଚିବା ପରେ ସେଠାରୁ ସିଙ୍ଗାପୁର ଯିବେ ମୁଖ୍ୟମନ୍ତ୍ରୀ । ୧୭ରୁ ୨୦ ଯାଏ ୩ ଦିନିଆ ସିଙ୍ଗାପୁର ଗସ୍ତରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସିଙ୍ଗାପୁରରେ ଶିଳ୍ପପତିଙ୍କୁ ଭେଟି ପୁଞ୍ଜି ଆକର୍ଷଣ କରିବେ । ଏଥିସହ ବଡ଼ବଡ଼ ପେଟ୍ରୋ କେମିକାଲ୍ସ ହବ୍ ବୁଲି ଦେଖିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଆସନ୍ତା ୫ ବର୍ଷରେ ୫ ଲକ୍ଷ କୋଟିର ପୁଞ୍ଜି ନିବେଶ ଯୋଜନା ରହିଛି ।

ସଙ୍ଗାପୁର ଗସ୍ତରେ ଯିବା ପୂର୍ବରୁ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାପ୍ରଭୁଙ୍କ ଆଶୀର୍ବାଦରେ ବିଦେଶ ଯାଉଛି । ବ୍ୟବସାୟ ପାଇଁ ଓଡ଼ିଶା ପ୍ରସ୍ତୁତ ହୋଇ ଅଛି । ବିକଶିତ ଓଡ଼ିଶା ଗଠନ ପାଇଁ ପୁଞ୍ଜି ନିବେଶ ପାଇଁ ନିମନ୍ତ୍ରଣ କରିବୁ । ରୋଡ୍ ସୋ’ ମାଧ୍ୟମରେ ଉଦ୍ୟୋଗୀଙ୍କୁ ଓଡ଼ିଶା ବିଷୟରେ ଜଣାଇବୁ । ଓଡ଼ିଶାର ପ୍ରାକୃତିକ ଓ ଦକ୍ଷ ମାନବ ସମ୍ବଳ, ଶିଳ୍ପ ନୀତି ନେଇ ଜଣାଇବୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ବ୍ୟବସାୟ ପାଇଁ ଶିଳ୍ପପତିଙ୍କ ପ୍ରଥମ ପସନ୍ଦ ହେବ ଓଡ଼ିଶା । ଓଡ଼ିଶାର ପ୍ରାକୃତିକ ଓ ମାନବ ସମ୍ବଳ ଆଦି ବିଷୟରେ ଆଲୋଚନା ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଗସ୍ତ ସମୟରେ ସିଙ୍ଗାପୁରରେ ଡେପୁଟି ପ୍ରାଇମ ମିନିଷ୍ଟର, ଶିଳ୍ପମନ୍ତ୍ରୀ, ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସହ ଅନେକ ପ୍ରମୁଖ ଅଧିକାରୀଙ୍କୁ ମଧ୍ୟ ଭେଟିବେ ମୁଖ୍ୟମନ୍ତ୍ରୀ। ଫୋକସରେ ରହିବ କେମିକାଲ, ପେଟ୍ରୋ କେମିକାଲ୍ସ, ଗ୍ରୀନ ଏନର୍ଜି ଓ ଦକ୍ଷତା ବିକାଶ କ୍ଷେତ୍ର। ପେଟ୍ରୋ କେମିକାଲ୍ସ ହବ୍‌, ଜୁରୋଙ୍ଗ ପେଟ୍ରୋକେମିକାଲ୍ସ ରିଜିଅନ, ଟୁଆସ ପୋର୍ଟ ଆଦି ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ।

nis-ad
Leave A Reply

Your email address will not be published.