ଅଦାଲତରେ ହାଜର ହେଲେ ବ୍ରହ୍ମପୁର ସାଂସଦ ଡ଼ଃ.ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ପାଠକ ବାପା – ପୁଅ

ବ୍ରହ୍ମପୁର : ଟାଟା କମ୍ପାନୀରେ ଚାକିରୀ କରେଇବା ନେଇ ଠକେଇ ଘଟଣାରେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ଆଜି ବ୍ରହ୍ମପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀଙ୍କ ଅଦାଲତ ଗ୍ରାମୀଣକୋର୍ଟରେ ହାଜର ହୋଇଛନ୍ତି। ତାଙ୍କ ସହିତ ଅଭୟ ପାଠକ ଏବଂ – ଆକାଶ ପାଠକ ବି ହଜାର ହୋଇଛନ୍ତି।. ଗୋଳନ୍ଥରା, ବି ଏନ ପୁର ଥାନା ରୁଜୁ ହୋଇଥିବା ୫ ଟି ମାମଲାରେ ହାଜର ହୋଇଛନ୍ତି।ଆଜି ଚାରୋଟି ମାମଲାର ଆଜି ଚାର୍ଜଫ୍ରେମ ହୋଇଥିବା ପ୍ରଦୀପଙ୍କ ଓକିଲ ଆସିତ ଶତପଥୀ କହିଛନ୍ତି।2268/20, 62/21,511/21, 678/21 ଚାରୋଟି ମାମଲାର ଚାର୍ଜଫ୍ରେମ ହୋଇଥିବା କହିଛନ୍ତି ।

ପୂର୍ବରୁ 2225/20 ଗୋଟିଏ ମାମଲାର ଚାର୍ଜଫ୍ରେମ ହୋଇ ସାରିଛି।ଠକେଇ ନେଇ ଅଭିଯୋଗକାରୀ କରିଥିଲେ ସତ୍ୟପାଠ ଜରିଆରେ ସେମାନେ ମାମଲା ଆଗକୁ ନେବା ପାଇଁ ଚାହୁଁ ନଥିବା ଦର୍ଶାଇଥିବା ଜଣାପଡିଛି। କିନ୍ତୁ ମାମଲାରେ ସାଂସଦ ପ୍ରଦୀପ ପାଣିଗ୍ରାହୀ ମାମଲାକୁ ନେଇ କୋର୍ଟ ଲଢ଼ିବା ବୋଲି ନିଷ୍ପତ୍ତି ନେବା ପରେ ଆଜି 4 ଟି ମାମଲାର ଚାର୍ଜଫ୍ରେମ ହୋଇଛି। ମିଥ୍ୟା ମାମଲାରେ ପୂର୍ବ ସରକାର ଫସେଇଥିବା ବେଳେ ନ୍ୟାୟ ନିଶ୍ଚିତ ଭାବେ ମିଳିବ, ନ୍ୟାୟ ପାଳିକା ଉପରେ ମୋର ବିଶ୍ୱାସ ରହିଛି ସତ୍ୟର ଜୟ ହେବ ବୋଲି ସାଂସଦ ଡ଼ଃ ପ୍ରଦୀପ ପାଣିଗ୍ରାହୀ ନିଜ ପ୍ରତିକ୍ରିୟା ରେ କହିଛନ୍ତି |

nis-ad
Leave A Reply

Your email address will not be published.