ସାରସ୍ଵତ ସାଧକ ଭାଗୀରଥି ପାତ୍ରଙ୍କ ୮୬ ତମ ଜୟନ୍ତୀ ଓ ପ୍ରତିଭା ସମ୍ବର୍ଦ୍ଧନା ସମାରୋହ


ଖଡ଼ିଆଳ ପଟ୍ଟାୟତ ନୀଳଲୋହିତ ଓ କବି ହରପ୍ରସାଦ ପାଇଲେ ଭାଗୀରଥି ସମ୍ମାନ
ନବରଙ୍ଗପୁର : ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଭାଗୀରଥି ସ୍ମୃତି ସଂସଦ ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ରାଜା ଚୈତନ୍ୟ ଦେବ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ ଗୃହରେ ସାହିତ୍ୟିକ ଭାଗୀରଥି ପାତ୍ରଙ୍କ ୮୬ ତମ ଜୟନ୍ତୀ ଓ ପ୍ରତିଭା ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ର ମାନ୍ୟବର ଜିଲ୍ଲା ଓ ଦୌରା ବିଚାରପତି ଶ୍ରୀ ସୁବ୍ରତ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାଗୀରଥି ପାତ୍ରଙ୍କ ଓଡ଼ିଆ ଭାଷା ଓ ସାହିତ୍ୟ ପାଇଁ ରହିଥିବା ଅତୀତର ସାଧନା ତାଙ୍କୁ ଏହି ଜାତି ଚିରକାଳ ସ୍ମୃତି ରେ ରଖିବ ବୋଲି କହିଥିଲେ। ନବରଙ୍ଗପୁର ଭଳି ଉପାନ୍ତ ଜିଲ୍ଲାରେ ଗୋଟିଏ ଉଚ୍ଚ ମାନର ପାଠାଗାର ର ଆବଶ୍ୟକତା ରହିଛି ଓ ଏଥିପାଇଁ ଜିଲ୍ଲା ବାସୀ ଉଦ୍ୟମ କରିବା ଉଚିତ୍ ବୋଲି ସେ’ ତାଙ୍କ ବକ୍ତବ୍ୟରେ କହିଥିଲେ। ଖଡ଼ିଆଳ ରାଜା କବିସୌରଭ ଅନୁପ ସିଂହ ଦେଓ ଓ ରାଣୀ ସୌଭାଗ୍ୟ ମଞ୍ଜରୀ ଦେବୀଙ୍କ ସୁପୁତ୍ର ପଟ୍ଟାୟତ ନୀଳଲୋହିତ ସିଂହ ଦେଓ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଭାଗୀରଥି ପାତ୍ରଙ୍କ ସାମଗ୍ରିକ କୃତି କୁ ଏକ ଗ୍ରନ୍ଥାବଳୀ ଭାବେ ପ୍ରକାଶିତ କରିବା ପାଇଁ ମତ ରଖିଥିଲେ। ଏହି ଅବସରରେ ପଟ୍ଟାୟତ ନୀଳଲୋହିତ ସିଂହ ଦେଓଙ୍କୁ ଓ କବି ହରପ୍ରସାଦ ଦାଶଙ୍କୁ ଭାଗୀରଥି ସମ୍ମାନ – ୨୦୨୪ ପ୍ରଦାନ କରାଯାଇଥିଲା। ବରେଣ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଜଗନ୍ନାଥ ମହାପାତ୍ର ଓ ଡଃ ସୁରେନ୍ଦ୍ର ନାଥ ଦାଶ, ମୁଖ୍ୟ ବକ୍ତା ଭାବେ ଡଃ ବିଜୟ କୁମାର ମିଶ୍ର ଯୋଗଦେଇ ସାରସ୍ଵତ ସାଧକ ଭାଗୀରଥି ପାତ୍ରଙ୍କ କୃତି ସମ୍ବନ୍ଧରେ ଆଲୋକପାତ କରିଥିଲେ। ଅଧ୍ୟାପିକା ଡଃ ସଂଯୁକ୍ତା ପଣ୍ଡା ସୁନ୍ଦର ଭାବେ ମଞ୍ଚ ସଂଯୋଜନା କରିଥିଲେ। କବୟିତ୍ରୀ ପ୍ରଭାସିନୀ ମହାନ୍ତି ଭାଗୀରଥି ପ୍ରବନ୍ଧ ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ରେ ସଂସଦ ର ସଭାପତି କବି ନାରାୟଣ ପଣ୍ଡା ଅଧ୍ୟକ୍ଷତା କରିଥିଲେ। ଭାଗୀରଥି ଙ୍କ ସଂକ୍ଷିପ୍ତ ଜୀବନୀ ପତ୍ର କୁ ମୁଖ୍ୟ ଅତିଥି ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭ ରେ କବି ମନୋଜ ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଗୋପାଳ ଚନ୍ଦ୍ର ମିଶ୍ର ବେଦ ମନ୍ତ୍ର ପାଠ କରିଥିଲେ ଓ ଯୁଗଳ ତ୍ରିପାଠୀଙ୍କ ସହଯୋଗ ରେ ଛାତ୍ର ଛାତ୍ରୀ ମାନେ ଉତ୍କଳ ବନ୍ଦନା ପରିବେଷଣ କରିଥିଲେ। ଅଧ୍ୟାପକ ଅଖିଳ ଭଟ୍ଟ ଧନ୍ୟବାଦ ଅର୍ପଣ କରିଥିଲେ।

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ସଂସଦ ର ସଦସ୍ୟ ସୁପ୍ରିୟା ନାୟକ, ବୃନ୍ଦାବନ ପାଢ଼ୀ, ନମିତା ପାତ୍ର, ଧରିତ୍ରୀ ପଣ୍ଡା, ଆଇନଜୀବୀ କିଶୋରୀ ପଟ୍ଟନାୟକ, ରବିନ୍ଦ୍ର ପ୍ରସାଦ ପାଢ଼ୀ, କିଶୋର ପଟ୍ଟନାୟକ, ମୀନାକ୍ଷୀ ପାଢ଼ୀ, ଶ୍ରୀକାନ୍ତ ପଣ୍ଡା, ଶର୍ମିଷ୍ଠା ରଥ, ପ୍ରୀତି ଚୌଧୁରୀ, ମିନତି ମହାପାତ୍ର, ନମିତା ପଟ୍ଟନାୟକ, ସୁନନ୍ଦିନୀ ତ୍ରିପାଠୀ, ଶ୍ରୀନିବାସ ପାତ୍ର, ରବି ପ୍ରସାଦ ଶତପଥୀ, ସମରେଶ ଗନ୍ତାୟତ, ପ୍ରଦୀପ ସାହୁ, ସ୍ୱର୍ଣ୍ଣଲତା ପଟ୍ଟନାୟକ, ପଦ୍ମାଳୟା ପାତ୍ର, ବର୍ଷା ପ୍ରିୟଦର୍ଶିନୀ ପଣ୍ଡା, ନନ୍ଦକିଶୋର ପାଢ଼ୀ, ସନ୍ଧ୍ୟା ରାଣୀ ପାତ୍ର, ଚନ୍ଦନ କୁମାର ପାଢ଼ୀ, ସାନୁଜ କୁମାର ପାତ୍ର, ସୁରେଶ ଚନ୍ଦ୍ର ମହାପାତ୍ର, ରବିଶଙ୍କର ମହାପାତ୍ର, ହରି ନାରାୟଣ ବେହେରା, ତପନ ବିଷୋୟୀ, ସୁବ୍ରତ ବେହେରା, ଶରତ ଦାଶ, ରବି ଶଙ୍କର ସାହୁ, ବାଣୀ ଆଚାର୍ଯ୍ୟ, ରେଣୁକା ଆଚାର୍ଯ୍ୟ ପ୍ରମୁଖ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସାହିତ୍ୟ ଏକାଡେମୀ ର ପୂର୍ବତନ ସଦସ୍ୟ ବଲ୍ଲଭ କୁମାର ରାଉତ, ସଦସ୍ୟା ଜେମାମଣି ବିଷୋୟୀ, କେଦାରେଶ୍ୱର ପଟ୍ଟନାୟକ, ଅଧ୍ୟାପକ କନକ ବର୍ଦ୍ଧନ ସାହୁ, ମୁନ୍ନା ତ୍ରିପାଠୀ, କାଦମ୍ବିନୀ ତ୍ରିପାଠୀ, ସୁରେଶ ମହାନ୍ତି, ସୁରେଶ ମିଶ୍ର, ରଘୁନାଥ ଶତପଥୀ, ଦେବୀ ପ୍ରସାଦ ପଣ୍ଡା, ସିଦ୍ଧି ଶ୍ରୀ ପଣ୍ଡା, ଧାରାଶ୍ରୀୟା ଜେନା, ଗୋପୀନାଥ ହଡ଼ପ, ସୀମାନ୍ଚଳ ହଡ଼ପ, ରଘୁନାଥ ପାତ୍ର, ହେମଲତା ମାଝୀ, ସୁଶୋଭିତା ମେରିଲିନ ତୁରୁକ, ରଜନୀ ପାତ୍ର, ହିମାଂଶୁ ତ୍ରିପାଠୀ, ଲକ୍ଷ୍ମୀ କାନ୍ତ ମିଶ୍ର, ସୁଶାନ୍ତ ଦାଶ, ଭବାନୀ ପାତ୍ର, ଶୁଭ ଲକ୍ଷ୍ମୀ ପାତ୍ର, ଅର୍ଚ୍ଚନା ପାତ୍ର, ତ୍ରିବିକ୍ରମ ନନ୍ଦ, କୃଷ୍ଣ ପ୍ରସାଦ ରଥ, କସ୍ତୁରୀ ରଥ, ସଦାଶିବ ପ୍ରହରାଜ, ପ୍ରଦୀପ ପାଢ଼ୀ, କାମ୍ପ ସେଠୀ, ଈଶ୍ୱର ରାଓ, ପ୍ରଭଞ୍ଜନ ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ।

nis-ad
Leave A Reply

Your email address will not be published.