ଆଇନଜୀବୀଙ୍କୁ ଆକ୍ରମଣର ଦୃଢ଼ ନିନ୍ଦା କଲା ମାନବ ଅଧିକାର ସୁରକ୍ଷା ମଞ୍ଚ…

ଓକିଲ ସୁରକ୍ଷା ଆଇନ ତୁରନ୍ତ ଲାଗୁ କରାଯାଉ : ଅବନୀ ଗୟା

ବ୍ରହ୍ମପୁର, ତା. ୧୩. ୧୧. ୨୦୨୪ ରିଖ ପାରଳାଖେମୁଣ୍ଡି ଓକିଲ ସଂଘ ସଦସ୍ୟ ତଥା ବରିଷ୍ଠ ଆଇନଜୀବୀ ପି. ରାମାରାଓଙ୍କୁ ଏସିଡ ଆକ୍ରମଣ ର ଦୃଢ଼ ନିନ୍ଦା କରିଛି ମାନବ ଅଧିକାର ସୁରକ୍ଷା ମଞ୍ଚ l ଆଜକୁ ଘଟଣାର ତିନିଦିନ ବିତିଯାଇଥିଲେ ବି ଅପରାଧୀଙ୍କୁ ପୋଲିସ ଧରିପାରିନାହିଁ l ଅନ୍ୟକୁ ନ୍ୟାୟ ଦେବା ପାଇଁ ସବୁବେଳେ ଆଇନଗତ ଭାବେ ଲଢେଇ କରୁଥିବା ପି. ରାମାରାଓଙ୍କ ଅବସ୍ଥା ବର୍ତମାନ ସାଙ୍ଘାତିକ l ଜଣେ ଆଇନଜୀବୀଙ୍କୁ ଏଭଳି ଆକ୍ରମଣ ଲୋକଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି କରିଛି, ଲୋକେ ନିଜକୁ ସୁରକ୍ଷିତ ମନେକରୁନାହାନ୍ତି l ପାରଳାଖେମୁଣ୍ଡି ତଥା ଗଜପତି ଜିଲ୍ଲାରେ ଏଭଳି ଘଟଣା ପ୍ରଥମ ହୋଇଥିଲେ ବି ପୋଲିସ ଉପରେ ଲୋକଙ୍କ ଭରସାକୁ ବଜାୟ ରଖିବା ବର୍ତମାନ ଉଭୟ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପ୍ରାଥମିକ କାର୍ଯ୍ୟ ହେବା ଦରକାର l ତୁରନ୍ତ ଅପରାଧୀଙ୍କୁ ଗିରିଫ କରିବା ସହ ଆଇନଜୀବି ପି. ରାମାରାଓଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବା ଓ ସହାୟତା ରାଶି ୩୦ଲକ୍ଷ ଟଙ୍କା ପ୍ରଦାନ କରିବାକୁ ମାନବ ଅଧିକାର ସୁରକ୍ଷା ମଞ୍ଚ ଆବାହକ ତଥା ଆଇନଜୀବୀ ଅବନୀ ଗୟା ଦାବୀ କରିଛନ୍ତି l ଏତଦସହ ସବୁବେଳେ ଲୋକଙ୍କୁ ନ୍ୟାୟ ଦେବାପାଇଁ ଲଢେଇ କରୁଥିବା ଓ ସେବା ଯୋଗାଉଥିବା ଓକିଲ ମାନଙ୍କ ସୁରକ୍ଷା ପାଇଁ ଆଇନ ଲାଗୁ କରିବାକୁ ମଧ୍ୟ ସେ ରାଜ୍ୟ ସରକାରଙ୍କ ଠାରେ ଦାବୀ କରିଛନ୍ତି l

nis-ad
Leave A Reply

Your email address will not be published.