ବାଃ ବାଃ ରେ ଘରୋଇ ବିଭାଗ ଯୁବତୀ କୁ ନ୍ୟାୟ ବଦଳ ରେ ଦବଙ୍ଗ ପୋଲିସ ବାବୁଙ୍କୁ ଦେଉଛି ପୁରସ୍କାର .!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଆସିକା ଥାନା ର ବାବୁଙ୍କୁ ମିଳିବ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦକ୍ଷ ପୋଲିସ ର ମାନ ପତ୍ର। ସୂଚନା ଥାଉକି ଗତ ୧ ତାରିଖ ଦିନ ଆସିକା ଥାନା ଅନ୍ତର୍ଗତ ମାଗୁରା ପଲ୍ଲୀ ଗ୍ରାମର ସିମାଞ୍ଚଳ ବେହେରା ଙ୍କ ବନ୍ଦ କୋଠରୀର ତାଲା ପୋଲିସ ଭାଙ୍ଗିଥିଲେ ଏବଂ ଘରେ ଥିବା ଆସବାବପତ୍ର ଭଙ୍ଗାରୁଜା ଘଟଣା କୁ ନେଇ ଆସିକା ଥାନାରେ ଅଭିଯୋଗ ହୋଇଥିଲା କିନ୍ତୁ ଇତି ମଧ୍ୟରେ ୧୨ ଦିନ ବିତି ଯାଇଛି କିନ୍ତୁ ମହିଳା ଙ୍କୁ ମିଳୁନି ନ୍ୟାୟ ଉଚ୍ଚସ୍ତ ପଦଅଧିକାରୀ ଙ୍କୁ ବିଷୟ ନେଇ ପଚାରିଲେ ଉତ୍ତର ମିଳୁଛି ତଦନ୍ତ ଚାଲିଛି । ଏଠାରେ ସୂଚନା ଅନୁଯାଇ ମାଗୁରା ପଲ୍ଲୀ ର ସିମାଞ୍ଚଳ ଦାଦନ ଖଟିବାକୁ ଚେନ୍ନାଇ ଯାଇଛନ୍ତି। ସିମାଞ୍ଚଳଙ୍କ ସ୍ତ୍ରୀ ସ୍ୱପା ବେହେରା ଗର୍ଭବତୀ ଥିବା ଯୋଗୁଁ ନିଜର ବାପ ଘରକୁ ଯାଇଥିଲେ। ଆସିକା ପୋଲିସ ମାଗୁରା ପଲ୍ଲୀ ଗ୍ରାମରେ କୌଣସି ଏକ ମାମଲା ରେ ଯାଇ ସିମାଞ୍ଚଳ ବେହେରାଙ୍କ ବନ୍ଦ ଥିବା କୋଠରୀ ର ତାଲା ଭାଙ୍ଗିବା ସହ ଘରର ଅସାବାବ ପତ୍ର ଭାଙ୍ଗିଥିଲେ। ସ୍ୱପ୍ନା ବେହେରା ଥାନାରେ ଏତଲା ଦେବାପରେ ଗଞ୍ଜାମ ଏ.ସପି ଙ୍କୁ ସ୍ୱପ୍ନାଙ୍କ ପିତା ଓ ମାଉସୀ ଯାଇ ଗୁହାରି କରିଥିଲେ। ଏ.ସପି ସାହେବ ଭାଙ୍ଗିଥିବା ସମସ୍ତ ସାମଗ୍ରୀ ହିସାବ କରି ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ। କିନ୍ତୁ ଘଟଣା ଘଟିବାର ଦୁଇ ସପ୍ତାହ ହେବାକୁ ଯାଉଛି। କ୍ଷତି ପୂରଣ ନ ମିଳିବା ପୂର୍ବରୁ ଆସିକା ଥାନା ବାବୁଙ୍କୁ କେନ୍ଦ୍ର ଘରୋଇ ବିଭାଗ ଦକ୍ଷ ପୋଲିସ ପଦକ ଦେବାକୁ ଚୟନ କରିଥିବା ଖବର ମିଳିଛି। ଗରିବ ନିଷ୍ପେସିତ ଙ୍କ ଉପରେ ଦବଙ୍ଗ ଗିରି ଦେଖାଉ ଥିବା ପୋଲିସ ବାବୁ ମାନଙ୍କ ପ୍ରତି କାର୍ଯ୍ୟନୁଷ୍ଠାନ ବଦଳରେ ଦକ୍ଷ ପୋଲିସ ବୋଲି ଚୟନ କରି ପୁରସ୍କାର ଦେବା କେତେ ଦୂର ଠିକ ବୋଲି ଆସିକାରେ ଚର୍ଚ୍ଚା ର ବିଷୟ ହୋଇଛି। ଯଦି ଏହିପରି ଘଟଣା କୌଣସି ନିରୀହ ଯୁବକ କରିଥାନ୍ତା ତେବେ ପୋଲିସ କାଳ ବିଳମ୍ବ ନକରି ଡକାୟତି ମାମଲା ରୁଜୁ କରି ହାଜତ କୁ ପଠାଇ ବାହା ବାହା ନେଇ ଥାନ୍ତା କିନ୍ତୁ ଏଠାରେ ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ ନ୍ୟାୟ ଚାଲିଛି ଯାହାକି ପୋଲିସ ଉପରକୁ ଆଙ୍ଗୁଠି ନିକ୍ଷପ ମଧ୍ୟ ହୋଇଛି l ଗରିବ କୁ ନ୍ୟାୟ ଦେବା ପରିବର୍ତ୍ତେ ସରକାର ବିଫଳ ହୋଇ ଦବଙ୍ଗ ବାବୁ ଙ୍କୁ ଦେଉଛି ସନ୍ନମାନ ଯାହାକି ଅତି ଅନୁତାପ ର ବିଷୟ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାର ଉକ୍ତ ଯୁବତୀ କୁ ନ୍ୟାୟ ଦେବାରେ ବିଫଳ ହୋଇଛି କହିଲେ କିଛିବି ଭୁଲ ହେବ ନାହିଁ l ତେଣୁ ରାଜ୍ୟ ପୋଲିସ ଅଧିକାରୀ ଏବଂ ରାଜ୍ୟ ଗୃହ ବିଭାଗ ଏହାର ଉପଯୁକ୍ତ ତଦନ୍ତ କରି ଯୁବତୀ କୁ ନ୍ୟାୟ ଦେବା ସହିତ ଉକ୍ତ ଅଫିସର ଙ୍କ ବିରୋଧ ରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣ ରେ ଦାବୀ ହେଉଛି ନଚେତ ପୋଲିସ ପ୍ରତି ସାଧାରଣ ଲୋକଙ୍କ ଭରୋସା ତୁଟି ଯିବ.. I
Sign in
Sign in
Recover your password.
A password will be e-mailed to you.