ନିଖିଳ ଓଡିଶା ଆଇନଜୀବି ସଂଘର ୫୩ତମ ବାର୍ଷିକ ସମ୍ମିଳନୀ ନିମନ୍ତେ ଖବର ଦାତା ସମ୍ମିଳନୀ

ମାଲକାନଗିରି : ନିଖିଳ ଓଡିଶା ଆଇନଜୀବି ସଂଘର ୫୩ତମ ବାର୍ଷିକ ସମ୍ମିଳନୀ ମାଲକାନଗିରି ରେ ଡିସେମ୍ବର ୨୯ ଓ ୩୦ ହେବାକୁ ଥିବା ବେଳେ ମାଲକାନଗିରି ଜିଲ୍ଲା ସର୍କିଟ ହାଉସ ସମ୍ମିଳନୀ କକ୍ଷ ରେ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି। ମାଲକାନଗିରି ଜିଲ୍ଲା ଲୟେର ଆସୋସିଏସନ ସଭାପତି ନୃସିଂହ ଚରଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ହୋଇଥିବା ଖବରଦାତା ସମ୍ମିଳନୀରେ ରାଜ୍ୟ ସଙ୍ଘ ଅଧ୍ୟକ୍ଷ ଜ୍ଞାନ ରଂଜନ ମହାନ୍ତି, ସାଧାରଣ ସମ୍ପାଦକ ସଞ୍ଜିତ ପାଣିଗ୍ରାହୀ, ଉପ ସଭାପତି ଜଗନ୍ନାଥ ମିଶ୍ର, ସମ୍ପାଦକ ମନୋରଞ୍ଜନ ମହାନ୍ତି, ସମ୍ପାଦକ ସୁଶାନ୍ତ କୁମାର ମହାପାତ୍ର, ସହ ସମ୍ପାଦକ ମଧୁସୂଦନ ପଣ୍ଡା, ସାଙ୍ଗଠନିକ ସମ୍ପାଦକ ମୋହନ କୁମାର ପଣ୍ଡା ପ୍ରମୁଖ ରାଜ୍ୟ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।

ଏହି ସମ୍ମିଳନୀରେ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଇନିମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ରାଜ୍ୟ ଉପମୁଖ୍ୟ ମନ୍ତ୍ରୀ ସୁରେଶ ପୂଜାରୀ ସମେତ ଅନେକ ଅତିଥି ଙ୍କୁ ନିମନ୍ତ୍ରଣ ଦିଆଯାଇଛି।ଏଥି ସହ ସୁପ୍ରିମ କୋର୍ଟ ବିଚାର ପତି, ସୁପ୍ରିମକୋର୍ଟ ସଭାପତି କପିଳ ଶିବଲ,ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି, ଜଷ୍ଟିସ ମାନେ ଯୋଗଦେବା କାର୍ଯ୍ୟକ୍ରମ ଥିବା ସଙ୍ଘ ସଭାପତି ଜ୍ଞାନ ରଂଜନ କହିଛନ୍ତି।ଏହି କାର୍ଯ୍ୟକ୍ରମ ରେ ଆଇନିଜୀବୀ ମାନଙ୍କ ସୁରକ୍ଷା ଆଇନି, ସ୍ୱାସ୍ଥ୍ୟ ବୀମା ଭଳି ବହୁ ସମସ୍ୟା ଉପରେ ଆଲୋଚନା ହେବ ବୋଲି କହିଛନ୍ତି।ଏହି କାର୍ଯ୍ୟକ୍ରମ କୁ ସଫଳ କରିବାକୁ ସାମ୍ବାଦିକ ବନ୍ଧୁ ମାନଙ୍କୁ ଅନୁରୋଧ କରାଯାଇଥିଲା। ଆଜି ଖବରଦାତା ସମ୍ମିଳନୀରେ ମାଲକାନଗିରି ର ଲୟେର ଆସୋସିଏସନ ର ସମ୍ପାଦକ ଲମ୍ବୋଧର ତୁରୁକୁ, ଲୟେର ଆସୋସିଏସନ ର କାର୍ଯ୍ୟକାରୀ ସଭାପତି ଜୋସେଫ ଯେମମ୍ସ,ଜିଲା ଓକିଲ ସଂଘ ର ସମ୍ପାଦକ ବିଜୁ ସରକାର,ସହକାରୀ ସମ୍ପାଦକ ଭାଵତୋଷ ବିଶ୍ୱାସ, ମୁସ୍କାନ ଦେବନାଥ,ମହେଶ୍ୱର, ରବୀନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ।

nis-ad
Leave A Reply

Your email address will not be published.