ଭୁବନେଶ୍ବର ଲଭ ଜିହାଦ ମାମଲା, ଅଭିଯୁକ୍ତର କାଶ୍ମୀର ଲିଙ୍କ ଖୋଜୁଛି କମିସନରେଟ ପୋଲିସ

ଭୁବନେଶ୍ବର : ଭୁବନେଶ୍ବର ଲଭ ଜିହାଦ ମାମଲାରେ ଅଭିଯୁକ୍ତର କାଶ୍ମୀର ଲିଙ୍କ ଖୋଜୁଛି କମିସନରେଟ ପୋଲିସ ।  ଅଭିଯୁକ୍ତ ସମୀର ମନସୁରର ସମସ୍ତ ରେକର୍ଡ ହିଷ୍ଟ୍ରି ମାଗିଛି ପୋଲିସ ।  ବିହାର ଏବଂ କାଶ୍ମୀର ପୋଲିସକୁ ଯୋଗାଯୋଗରେ କରିଛି କମିସନରେଟ ପୋଲିସ ।  ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ କମିସନର ଏସ ଦେବଦତ୍ତ ସିଂ ।

ବିହାରରେ ସମୀରର ଘର ଥାଇପାରେ ବୋଲି ସନ୍ଦେହ କରାଯାଉଛି ।  ଏଥି ସହ ସେ କଶ୍ମୀରରେ ସେ କାମ କରିଥିବା ଜଣାପଡ଼ିଛି ।  ସମୀର ଙ୍କୁ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କରାଯାଇଛି ।  କମିଶନରେଟ ପୋଲିସ ଅଭିଯୁକ୍ତର ବାକ୍ ଗ୍ରାଉଣ୍ଡ ଯାଞ୍ଚ କରା ଯାଉଥିବା ବେଳେ ସମାନ୍ ଢଙ୍ଗରେ ଆଉ କେଉଁଠି ଅପରାଧ କରିଛି ତାର ଖୋଳତାଡ କରୁଛି ।

ଏଥି ସହ ତାର ବିଭିନ୍ନ ବ୍ୟାଙ୍କ୍ ଆକାଉଣ୍ଟ ଓ ଡିଜିଟାଲ ଆକାଉଣ୍ଟ କୁ ଯାଞ୍ଚ୍ କରା ଯାଉଛି ।  ଅନ୍ୟ ରାଜ୍ୟରେ ଅଭିଯୁକ୍ତର କିଛି ଅପରାଧିକ ମାମଲା ଅଛି କି ନାହିଁ ଯାଞ୍ଚ୍ କରୁଛି ପୋଲିସ ।  ଅନ୍ୟ କେଉଁ ସବୁ ଗ୍ୟାଙ୍ଗ ସହ ସମୀରର ଲିଙ୍କ ଅଛି କି ନାହିଁ ତାର ତଦନ୍ତ କରୁଛି ପୋଲିସ ।  ସମୀରର ସୋସିଆଲ ମିଡ଼ିଆ ଆକାଉଣ୍ଟ ଚେକ୍ କରୁଛି କମିଶନରେଟ ପୋଲିସ ।

nis-ad
Leave A Reply

Your email address will not be published.