ଭୁବନେଶ୍ୱର: ସରକାରୀ କାର୍ଯ୍ୟ ପାଇଁ ଏଣିକି ମନ୍ତ୍ରୀମାନେ ବିମାନରେ ଯାତ୍ରା କରିପାରିବେ । ଏନେଇ ଆଜି ରାଜ୍ୟ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ବିଜ୍ଞପ୍ତି ଅନୁଯାୟୀ ଉଭୟେ କ୍ୟାବିନେଟ ମନ୍ତ୍ରୀ ଏବଂ ରାଜ୍ୟ ମନ୍ତ୍ରୀ ବିମାନରେ ଯାତ୍ରା କରିପାରିବେ । ସେମାନେ ଏକଜିକ୍ୟୁଟିଭ୍, ବିଜନେସ୍ ଏବଂ କ୍ଲବ କ୍ଲାସରେ ଯାତ୍ରା କରିବେ । ବିଜେପି ସରକାରରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ୮ ଜଣ କ୍ୟାବିନେଟ୍ ମନ୍ତ୍ରୀ ଏବଂ ୫ ରାଜ୍ୟ (ସ୍ୱାଧୀନ) ମନ୍ତ୍ରୀଙ୍କୁ ଏହି ସୁବିଧା ମିଳିବ ।
ଏହାପୂର୍ବରୁ ସରକାରୀ କାର୍ଯ୍ୟରେ ରାଜ୍ୟ ଭିତରେ ବିମାନଯୋଗେ ଯାତ୍ରା କରିବାକୁ ସରକାରୀ ଅଧିକାରୀଙ୍କୁ ଅନୁମତି ଦେଇଥିଲେ ବିଜେପି ସରକାର । ବର୍ତ୍ତମାନ ଆନ୍ତଃରାଜ୍ୟ ଆକାଶମାର୍ଗରେ ସଂଯୋଗକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ତୁରନ୍ତ ପ୍ରଭାବ ସହିତ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବ ।