ରାଜଧାନୀରେ ମାତିଲେ ଲୁଟେରା, ଝରକା ଭାଙ୍ଗି ୨୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ

ଭୁବନେଶ୍ୱର : ରାଜଧାନୀରେ ମାତିଲେ ଲୁଟେରା ।  ଝରକା ଭାଙ୍ଗି ନେଇଗଲେ ସୁନା ଅଳଙ୍କାର ।  ଭୁବନେଶ୍ବର ଶ୍ରୀଗଣେଶ ବିହାର ଅଞ୍ଚଳରେ ଲୁଟ୍ ହୋଇଛି ।  ଅବସରପ୍ରାପ୍ତ କର୍ମଚାରୀଙ୍କ ଘରେ ପଶି କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ ।  ଶାବଳରେ ଝରକା ତାଡିବା ପରେ ବୃଦ୍ଧ ଦମ୍ପତିଙ୍କୁ ଭିତର ପଟୁ ତାଲା ପକାଇଥିଲେ ।

ପରେ ୨୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିଲା ।  ଏହାସହ କିଛି ନଗଦ ଟଙ୍କା ମଧ୍ୟ ନେଇଯାଇଛନ୍ତି ଲୁଟେରା । ଇନଫୋସିଟି ଥାନାରେ ଅଭିଯୋଗ ପରେ ତଦନ୍ତ ପରେ ତଦନ୍ତ କରୁଛି ପୋଲିସ ।

nis-ad
Leave A Reply

Your email address will not be published.