ଫୁଲବାଣୀ : ଶ୍ରୀଯୁକ୍ତ ସତ୍ୟପୀର ମିଶ୍ର, ଜିଲ୍ଲା ଓ ଦୌରା ଜଜ୍ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀଙ୍କ ନିର୍ଦ୍ଧେଶ କ୍ରମେ ଖଜୁରୀପଡା ବ୍ଲକ ଅନ୍ତର୍ଗତ ଦୁତୀମେଣ୍ଡି ପଞ୍ଚାୟତ ସଭାଗୃହ ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଫୁଲବାଣୀ ଆନୁକୂଲ୍ୟରେ ଜାତୀୟ ଆଇନସେବା ଦିବସ ଅବସରରେ ଏକ ଆଇନ ସଚେତନତା ଶିବିର ର ଆୟୋଜନ କରାଯାଇଥିଲା ।
ଉକ୍ତ ସଭାରେ ଶ୍ରୀଯୁକ୍ତ ସତ୍ୟପୀର ମିଶ୍ର, ଜିଲ୍ଲା ଓ ଦୌରା ଜଜ୍, ଫୁଲବାଣୀ, ଦୁର୍ନୀତି ନିବାରଣ ଅଦାଲତ ବିଚାରପତି ଶ୍ରୀ ସମର ବିଳାଶ ବେହେରା, ପରିବାର ଅଦାଲତ ବିଚାରପତି ଶ୍ରୀ ଦେବଦତ୍ତ ଦାସ ମହାପାତ୍ର, ସ୍ଥାୟୀ ଲୋକ ଅଦାଲତ ବିଚାରପତି ଶ୍ରୀ ଦୋଳଗିବିନ୍ଦ ବାରିକ, ଏଫଟିଏସସି କୋର୍ଟ ବିଚାରପତି ଶ୍ରୀ କୈଳାଶ ଚନ୍ଦ୍ର ସ୍ବାଇଁ, ପୋକସୋ କୋର୍ଟ ବିଚାରପତି ଶ୍ରୀ ରାଜେସ ଦାସ, ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ ଶ୍ରୀମତୀ ବନାଳୀ ତ୍ରିପାଠୀ, ମହିଳା ଅଦାଲତ ବିଚାରପତି ଶ୍ରୀମତୀ ବିଶ୍ଵକଲ୍ୟାଣୀ ମିଶ୍ର, ରେଜିଷ୍ଟ୍ରାର ସିଭିଲ କୋର୍ଟ ଶ୍ରୀମତୀ ନିତିଶା ଚନ୍ଦକ, ଶ୍ରୀମତୀ ଅନୁଶୀଲା ରୟ, ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀ, ଏସଡିଜେଏମ ଶ୍ରୀମତୀ ସମ୍ବୃଦ୍ଧି ସାଗରିକା ବାରିକ, ନିରୋଦ କୁମାର ପାତ୍ର, ସଭାପତି, ବାର ଆସୋସିଏସନ, ଫୁଲବାଣୀ, ଶ୍ରୀମତୀ ଜୟନ୍ତୀ ପାଣିଗ୍ରାହୀ, ଲିଗାଲ ଏଡ ଡିଫେନସେ କାଉନ୍ସେଲ, ଫୁଲବାଣୀ, ଆଇନଜୀବୀ ପୀତାମ୍ବର ସାହୁ, ତୁଷାରକାନ୍ତ ନାୟକ, ଉପ ଖଣ୍ଡୀୟ ଆରକ୍ଷୀ ଅଧିକାରୀ ଶ୍ରୀ ସୁପ୍ରସେନ ମଲ୍ଲିକ, ଦୁତୀମେଣ୍ଡି ପଞ୍ଚାୟତ ନିର୍ବାହୀ ଅଧିକାରୀ ମହେଶ କୁମାର ପଟନାୟକ, ଗ୍ରାମ ପଞ୍ଚାୟତ ଉନୟନ ଅଧିକାରୀ ଶ୍ରୀମତୀ ସୋନମ ବେହେରା ଓ ଦୁତୀମେଣ୍ଡି ପଞ୍ଚାୟତ ର ଗ୍ରାମବାସୀ ଉପସ୍ଥିତ ଥିଲେ ।
ଏହି ସଚେତନତା ଶିବିରରେ ସମାଜର ସବୁ ବର୍ଗର ଲୋକଙ୍କ ନିକଟରେ ନ୍ୟାୟ ପହଞ୍ଚିବାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଭୂମିକା, ଏହା ସହିତ ଆଇନ ସେବା ପ୍ରାଧିକରଣ ଅଧିନିୟମ, ଲୋକ ଅଦାଲତ, ମଧ୍ୟସ୍ଥତା, ସ୍ଥାୟୀ ଲୋକ ଅଦାଲତ ଏବଂ ନ୍ୟାୟ ସଂଯୋଗ ସମ୍ପର୍କରେ ଆଲୋଚନା କରାଯାଇଥିଲା । ମାଗଣା ଆଇନ ସେବା ପାଇବା ପାଇଁ ଉପଲବ୍ଧ ଥିବା ନାଲସ ହେଲ୍ପଲାଇନ ନମ୍ବର ୧୫୧୦୦ ଓ ନାଲସ ପୋର୍ଟାଲ ସମ୍ପର୍କିତ ସୂଚନା ପତ୍ର ଉପସ୍ଥିତ ଗ୍ରାମବାସୀଙ୍କୁ ଦିଆଯାଇଥିଲା ।
ଶ୍ରୀମତୀ ଅନୁଶୀଲା ରୟ, ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀ ଉକ୍ତ ସଚେତନତା ଶିବିରକୁ ପରିଚାଳନା କରିଥିଲେ ଓ ଦୁତୀମେଣ୍ଡି ପଞ୍ଚାୟତ ନିର୍ବାହୀ ଅଧିକାରୀ ମହେଶ କୁମାର ପଟନାୟକ କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post
ମୁଖ୍ୟମନ୍ତ୍ରୀ ଆସି ଘଟଣା ସମ୍ପର୍କରେ ବୁଝିବା ଦରକାର, ଟାକୁଆ ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ ନୁହେଁ : ବିଜୟ ମହାପାତ୍ର
Next Post