ଫୁଲବାଣୀ : ଦେଶରେ ପୁଷ୍ଟିହିନତା ଏକ ସାମୁହିକ ସମସ୍ୟା ହୋଇ ଛିଡା ହୋଇଥିବା ବେଳେ ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଜନସଚେତନତା ପାଇଁ ଚେଷ୍ଟା ଜାରିରହିଛି । ଏହି ପରିପ୍ରେକ୍ଷୀ ରେ କନ୍ଧମାଳ ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି ଶ୍ରୀ ଅନ୍ନ ଅଭିଯାନ । ସ୍ୱେଛାସେବି ଅନୁଷ୍ଠାନ ସ୍ୱାତୀ , ଜିଲ୍ଲା ମୁଖ୍ୟ କୃଷି କାର୍ଯ୍ୟାଳୟ ଓ ଓାସନ୍ ଙ୍କ ମିଳିତ ଉଦ୍ୟମ ରେ ଟିକାବାଲି ଓ ରାଇକିଆ ଠାରେ ଏକ ଦିନିକିଆ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ କଇଁଝର ସରପଂଚ ରୁନିତା କହଁର ,ଇନ୍ଦ୍ରଗଡ ସରପଂଚ ବନିତା ମଲ୍ଲିକ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ମାଣ୍ଡିଆ କେକ୍ କାଟି ଶୁଭ ଉଦ୍ଘାଟନ କରିଥିଲେ । ତତ୍ ସହିତ ସ୍ଥାନୀୟ ବ୍ଲକ୍ କୃଷି ଅଧିକାରୀ ସଚିନ୍ଦ୍ର କୁମାର ସେଠୀ ଓ ସନ୍ତୋଷ କୁମାର ଦଳବେହେରା ଯୋଗଦେଇ ପାରମ୍ପରିକ ଖାଦ୍ୟର ଗୁରୁତ୍ୱ ଏବଂ ଉପକାରିତା ବିଷୟରେ ଉପସ୍ଥିତ ହିତାଧିକାରୀ ଙ୍କୁ ବୁଝାଇଥିଲେ । ଏଥିସହ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ଶଙ୍କରେଶ୍ୱର ବେହେରା ଓ ନରେନ୍ଦ୍ର କୁମାର ପାଣିଗ୍ରାହୀ, ସହ କୃଷି ଅଧିକାରୀ ସୁଭସ୍ମିତା ସାହୁ , ଉଦ୍ୟାନ ବିଭାଗ ଅଧିକାରି ରାଜେସ ବିଶ୍ୱାଳ ଏବଂ କମ୍ୟୁନିଟି ସ୍ୱାସ୍ଥ୍ୟ ଅଧିକାରୀ ରଶ୍ମିତା ନାୟକ ଯୋଗଦେଇ ପ୍ରଦର୍ଶୀତ ହୋଇଥିବା ପାରମ୍ପରିକ ଖାଦ୍ୟ କୁ ପରଖି ତାର ଗୁଣବତା କୁ ବଖାଣି ଥିଲେ ଏବଂ ଖାଦ୍ୟର ପ୍ରସ୍ତୁତି ପ୍ରଣାଳି ମଧ୍ୟ ଖାଦ୍ୟର ପୌଷ୍ଟିକତା କୁ ବଢାଇଥାଏ ବୋଲି କହିଥିଲେ । ସେହିପରି ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀର ମହିଳା ମାନଙ୍କ ଦ୍ୱାରା ପାରମ୍ପରିକ ଢାଂଚାରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଯଥା- ମାଣ୍ଡିଆ ପ୍ରସ୍ତୁତ ଯାଉ, ମାଣ୍ଡିଆ କାକରା, କ୍ଷୀରୀ, ପକୋଡି, ଆରିଷା, ଗ ବାଲସା, ଚକୁଳି ପିଠା, ବିସ୍କୁଟ, ବରା, ମୁଡୁକି, ନିମିକି, ବୁନ୍ଦି, ପତ୍ର ପିଠା, ମହୁ ଘର, ମଣ୍ଡା ପିଠା, ପତ୍ର ପୋଡା, କଖାରୁ ପୋଡ ପିଠା, କୁଏରି ଭାତ,ସଜନା କାଞି, ମକା ଳଡୁ, କୁଏରି କ୍ଷିରି, ବଦାଲି କାଞି ଇତ୍ୟାଦି ବେଶ୍ ମନମୁଗ୍ଧକର ହୋଇଥିଲା । ଏହିପରି ଖାଦ୍ୟ ମନୁଷ୍ୟ ଶରୀର ପାଇଁ ଅଧିକ ପୋଷକ ତତ୍ୱ ଯୋଗାଇ ପାରିବ ବୋଲି ବୈଜ୍ଞାନିକ ମାନେ ମତ ରଖିଥିବା ବେଳେ ମାଣ୍ଡିଆ ରେ ପ୍ରସ୍ତୁତ ଖାଦ୍ୟ ଯଥେଷ୍ଟ ଅଧିକ ପୁଷ୍ଟିକର ଯାହା ଛୋଟ ଶିଶୁ ଠାରୁ ଆରମ୍ଭ କରି ବୟଷ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଶାରିରୀକ ଓ ମାନସିକ ସ୍ତରରେ ସୁସ୍ଥ ରଖିବାରେ ସହଯୋଗି ହୋଇପାରିବ । କାର୍ଯ୍ୟକ୍ରମ ଶେଷରେ ପ୍ରଦର୍ଶୀତ ହୋଇଥିବା ଖାଦ୍ୟ କୁ ସାମୁହିକଭାବେ ଚାଖିବାର ମଜା ନେଇଥିଲେ । ଅନୁଷ୍ଠାନ ତରଫରୁ ଗିରିଶ ଚନ୍ଦ୍ର ସାମଲ ଓ ସ୍ୱଧର୍ମ ରାଉତ କର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କୁଶ ସାନସେଠ, ରାଧାମାଧବ ପଣ୍ଡା, ବିଶୁକିଶ୍ୱର ପାତ୍ର, ଗଙ୍ଗାଧର ନାୟକ, ବିନ୍ଦୁମା କହଁର, ଅନ୍ନପୂର୍ଣ୍ଣା ପ୍ରଧାନ, ହୃଶିକେଷ ଅମାୟତ, ପଂଚାନନ ଦଳବେହେରା, କୃତିବାସ ପ୍ରଧାନ, ରାଜୁ ମଲ୍ଲିକ ଓ ଇନ୍ଦ୍ର ସାହୁ ସହଯୋଗ କରିଥିଲେ ଏବଂ ଟିକାବାଲି ରେ ଥିବା ମା ଗୃହର କର୍ମୀ ସୁନେମିୟା ଦିଗାଲ ମହିଳା ମାନଙ୍କୁ ସଂଗଠିତ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post