ବେଆଇନ ପାର୍କିଂ କଲେ ଜେଲ ଯିବେ ଡ୍ରାଇଭର

ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ବେଆଇନ ପାର୍କିଂ କଲେ ଜେଲ ଯିବେ ଡ୍ରାଇଭର। ଭାରତୀୟ ନ୍ୟାୟ ସଂହିତାର ଦଫା ୧୦୫ କୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ କମିଶନର ।  ଗତ ୨୦ ମାସ ମଧ୍ୟରେ ରାଜ୍ୟରେ ବେଆଇନ ପାର୍କିଂ ଯୋଗୁଁ ୭୫୯ ଟି ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ୩୪୫ ଜଣଙ୍କର ଜୀବନ ଯାଇଛି ।

ତେଣୁ ସମସ୍ତ ଜିଲା ପୋଲିସ ଏ ନେଇ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ କମିଶନର।  ଭାରତୀୟ ନ୍ୟାୟ ସଂହିତାର ଦଫା ୧୦୫ ହେଉଛି କୌଣସି ଉଦ୍ଦେଶ୍ୟ ନଥାଇ କୌଣସି ବ୍ୟକ୍ତିର ନିର୍ଦ୍ଧିଷ୍ଟ କାର୍ଯ୍ୟ ଦ୍ୱାରା ଅନ୍ୟ ବ୍ୟକ୍ତିର ମୃତ୍ୟୁ ହେବା।  ବିଏନଏସ ଦଫା ୧୦୫ ରେ ୫ ବର୍ଷରୁ ଆଜୀବନ ଜେଲଦଣ୍ଡର ବ୍ୟବସ୍ଥା ରହିଛି ।  ତେଣୁ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ବେଆଇନ ପାର୍କିଂ କରୁଥିଲେ ଏବେ ଠୁ ସାବଧାନ ହୋଇ ଯାଆନ୍ତୁ ।

nis-ad
Leave A Reply

Your email address will not be published.