ଖୁବ୍ ଶୀଘ୍ର ମିଳିବ ‘ସୁଭଦ୍ରା’ର ତୃତୀୟ ପର୍ଯ୍ୟାୟ ପ୍ରଥମ କିସ୍ତି ଟଙ୍କା

ଭୁବନେଶ୍ବର: ପୁଣି ଖାତାକୁ ଚଢିବ ସୁଭଦ୍ରା ଟଙ୍କା । ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ କିସ୍ତି ଖୁବ୍ ଶୀଘ୍ର ମିଳିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ବାକି ଥିବା ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ।

ତେବେ କ’ଣ ଆପଣ ଆବେଦନ କରିଥିଲେ ବି ଏବେ ପର୍ଯ୍ୟନ୍ତ ଆପଣଙ୍କ ଖାତାକୁ ଟଙ୍କା ଆସିନାହିଁ ? ତାହେଲେ ବ୍ୟସ୍ତ ହୁଅନ୍ତୁ ନାହିଁ । କାରଣ ଯଦି ଆପଣଙ୍କୁ ଟଙ୍କା ମିଳିନି, ତାହାଲେ ଆପଣଙ୍କ ଆବେଦନ ବର୍ତ୍ତମାନ ବିଚାରଧିନ ଅବସ୍ଥାରେ ଅଛି । ଏଥିପାଇଁ ବିଭାଗ ତରଫରୁ ଆପଣଙ୍କୁ ଫୋନ୍ କିମ୍ବା ମେସେଜ୍ ଯାଇପାରେ, ଯେ ଆପଣଙ୍କ ତ୍ରୁଟି କେଉଁଠି, ଆଉ କ’ଣ ଠିକ୍ କରିବାକୁ ପଡିବ? କିନ୍ତୁ ଏଥିପାଇଁ କୌଣସି ଓଟିପି ବିଭାଗ ମାଗିବ ନାହିଁ । ଏଥିସହିତ ଯଦି ରାସନ କିମ୍ବା ବ୍ୟାଙ୍କ ଆକାଉଣ୍ଟ ସହ କେଓ୍ବାଇସି ଭରିନାହାନ୍ତି ତାହାଲେ ସଙ୍ଗେ ସଙ୍ଗେ ଲିଙ୍କ୍ କରାନ୍ତୁ  ।

ତେବେ ଏବେ ପର୍ଯ୍ୟନ୍ତ ମୋଟ ଦୁଇଟି ପର୍ଯ୍ୟାୟରେ ପାଖାପାଖି ୬୦ ହଜାର ଯୋଗ୍ୟ ମହିଳାଙ୍କୁ ବହୁ ଚର୍ଚ୍ଚିତ ସୁଭଦ୍ରାର ପ୍ରଥମ କିସ୍ତି ୫୦୦୦ ହଜାର ଲେଖାଁଏ ମିଳିସାରିଛି । ଏବେ ପର୍ଯ୍ୟନ୍ତ କୋଟିଏରୁ ଅଧିକ ମହିଳା ଆବେଦନ କରିସାରିଲେଣି । ତେବେ ଓଡ଼ିଶାର ଯୋଗ୍ୟ ମହିଳା ଯାହାଙ୍କ ବୟସ ୨୧ ରୁ ୫୯ ବର୍ଷ ମଧ୍ୟରେ ହୋଇଥିବ ସେମାନେ ଏହି ଯୋଜନାରେ ସାମିଲ ହେବେ । ଏଥିରେ ବର୍ଷକୁ ମୋଟ ଦୁଇଟି କିସ୍ତିରେ ୧୦,୦୦୦ ଲେଖାଏଁ ଟଙ୍କା ରାଜ୍ୟର ଯୋଗ୍ୟ ମହିଳାଙ୍କୁ ମିଳିବ । ଆସନ୍ତା ୫ ବର୍ଷରେ ଖାତାକୁ ଚଢିବ ୫୦ ହଜାର ।

nis-ad
Leave A Reply

Your email address will not be published.