ଅଗ୍ନିଶମ ସେବା କେନ୍ଦ୍ର ପରିଦର୍ଶନ କରି ବିଭାଗ ବିଷୟରେ ଜ୍ଞାନ ଆହରଣ କଲେ ୟୁରୋ ସ୍କୁଲର ଛାତ୍ରଛାତ୍ରୀ

ଛତ୍ରପୁର : ପିଲାଙ୍କ ପାଠପଢ଼ା ସହିତ ବୈଷୟିକ ଜ୍ଞାନ ଏବଂ ବିଭିନ୍ନ ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ସେବା ବିଷୟରେ ଜ୍ଞାନ ଆହୋରଣ ଲକ୍ଷ୍ୟ ନେଇ ଅନ୍ତର୍ଜାତୀୟ ମାର୍କା ଛତ୍ରପୁର ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ୟୁରୋ ସ୍କୁଲର ମୁଖ୍ୟ ରଞ୍ଜନ ମହାପାତ୍ର ଙ୍କ ନିର୍ଦେଶ କ୍ରମେ ପ୍ରିନସିପାଲ ତପସ୍ୱିନୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ସ୍କୁଲ ର ଏଲକେଜି ଛାତ୍ର ଛାତ୍ରୀ ମାନେ ସୋମବାର ଛତ୍ରପୁର ଅଗ୍ନିଶମ ସେବା କେନ୍ଦ୍ର ପରିଦର୍ଶନ କରି ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ବିଭିନ୍ନ ସେବା ସମ୍ପର୍କରେ ଜ୍ଞାନ ଆହୋରଣ କରିଥିଲେ l ଛତ୍ରପୁର ଅଗ୍ନିଶମ ସେବା କେନ୍ଦ୍ରର ଆସିଷ୍ଟାଣ୍ଟ ଫାୟାର ଅଫିସର ଧନଞ୍ଜୟ ମଲ୍ଲିକ ଉପସ୍ଥିତ ରହି ପିଲାଙ୍କୁ ନିଆଁ କିପରି ଲାଗେ ଓ ଏହାକୁ ଲିଭାଇବା ପାଇଁ କଣ ସବୁ କରାଯିବା ଉଚିତ ସେ ବିଷୟରେ ବୁଝେଇଥିଲେ l ବହୁ ଅଗ୍ନିଶମ କର୍ମଚାରୀ ବିଭାଗର ବିଭିନ୍ନ ଯନ୍ତ୍ରପାତି କୁ ବ୍ୟବହାର କରି କିପରି ବନ୍ୟା, ବାତ୍ୟା ସମୟରେ ଲୋକଙ୍କ ଧନ ଜୀବନ ସୁରକ୍ଷିତ ରଖାଯାଇପାରିବ ସେ ବିଷୟରେ ପିଲାଙ୍କୁ ବୁଝେଇଥିଲେ l ଏହା ସହିତ ଅଗ୍ନିଶମ ବିଭାଗକୁ ଅସୁବିଧା ସମୟରେ କିପରି ଫୋନ କଲ କରାଯାଇପାରିବ, ଫୋନ କଲ ଆସିବାର ସଙ୍ଗେ ସଙ୍ଗେ କିପରି ଭାବେ କର୍ମଚାରୀ ମାନେ ତତ୍ପରତା ର ସହ ଦୁର୍ଘଟଣା ଘଟିଥିବା ସ୍ଥାନରେ ପହଂଚି ପାରିବେ ସେ ବିଷୟରେ ମଧ୍ୟ ପିଲା ଜ୍ଞାନ ଆହରଣ କରିଥିଲେ l ଜରୁରୀ କାଳୀନ ସମୟରେ ଅନ୍ଧାରରେ କିପରି ଆସ୍କା ଲାଇଟ ର ବ୍ୟବହାର କରି ବିପର୍ଯ୍ୟୟ ର ମୁକାବିଲା କରାଯାଇପାରିବ ଏବଂ ବାତ୍ୟା ସମୟରେ ରାସ୍ତା ଉପରେ ଗଛ ପଡି ରାସ୍ତା ଅବରୋଧ ହୋଇଥିଲେ ସେଗୁଡିକୁ ମେସିନ ସାହାର୍ଯ୍ୟରେ ସଫା କରାଯିବାର କୌଶଳ ଉପରେ ବୁଝାଯାଇଥିଲା l

nis-ad
Leave A Reply

Your email address will not be published.