ଆସିକାରେ ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗିତା ପାଇଁ ପ୍ରସ୍ତୁତି

ବାବୁ ଓ ନେତାମାନଙ୍କ ଦ୍ୱାରା ଚାନ୍ଦା ଦେବାକୁ ଫୋନରେ ଅଫିସର ଏବଂ ମାଫିଆ ମାନଙ୍କୁ ନିର୍ଦ୍ଦେଶ !!


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଠାରେ ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଛି। ଏହି ପ୍ରତିଯୋଗିତା ରେ ମହିଳାଦଳ ଓ ପୁରୁଷ ଦଳ ଭାଗ ନେବେ ଆସିକା ହରିହର ହାଇସ୍କୁଲ ମିନି ଷ୍ଟାଡିୟମ ରେ ନଭେମ୍ବର ୧୪ରୁ ୧୭ ତାରିଖ ପର୍ଯ୍ୟନ୍ତ ହେବାକୁ ନିଷ୍ପତ୍ତି ନିଆଯାଇଛି।ସୋସିଆଲ ମିଡ଼ିଆ ରେ ନିମନ୍ତ୍ରଣ ପତ୍ର ବି ଘୁରି ବୁଲୁଛି। ଆସିକା ର କିଛି ଅଧିକାରୀ ଓ ନେତା ମାନଙ୍କ ଚାମଚା ମାନେ ମଦ, ବାଲି ମାଫିଆ ମାନଙ୍କ ଠାରୁ ଆରମ୍ଭ କରି ଠିକାଦାର ଓ ବ୍ୟବସାୟୀ ମାନଙ୍କୁ ମୋଟା ଅଙ୍କର ଅର୍ଥ ଦେବାକୁ କହୁଥିବା ଆସିକା ରେ ଲୋକେ ଟୁପୁରୁ ଟାପୁରୁ ହେଲେଣି। ପୂର୍ବରୁ ଏଠାରେ ବଡ଼ ବଡ଼ କାର୍ଯ୍ୟକ୍ରମ ପାଇଁ ଚାନ୍ଦା ଆଦାୟ ପଛରେ ବଡ଼ ବାବୁ ମାନଙ୍କ ହାତ ଥିବାର ନଜିର ରହିଛି। ଶେଷରେ ଖେଳ ପାଇଁ ମଧ୍ୟ ଚାନ୍ଦା ମାଗିବା ଓ କାହା ପ୍ରରୋଚନା ରେ ମଗାଯାଉଛି, ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

nis-ad
Leave A Reply

Your email address will not be published.