ପୋଲିସ ଓ ଅବକାରୀ ପୋଲିସ ପକ୍ଷରୁ ମିଳିତ ଚଢଉ : ମହୁଲି ପୋଚ ସହ ମଦ ଜବତ

ବାଲିଗୁଡ଼ା : ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ । ୩ଶହ କେଜିରୁ ଉର୍ଦ୍ଧ୍ବ ମହୁଲ ପୋଚ ନଷ୍ଟ କରିଥିବା ବେଳେ ୪୦ ଲିଟରରୁ ଉର୍ଦ୍ଧ୍ବ ମହୁଲି ମଦ ଜବତ କରାଯାଇଥିବା ଜଣାପଡ଼ିଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳରେ ବେଆଇନ୍ ଦେଶୀ ମଦ ରନ୍ଧା ଓ ବିକ୍ରି ବୃଦ୍ଧି ପାଉଥିବା ବେଳେ ଅଞ୍ଚଳର ଗରିବ ଶ୍ରେଣୀର ଲୋକେ ଏହି ମଦ ପିଇ ମାତାଲ୍ ହୋଇ ପରିବାରରେ ଅଶାନ୍ତିର କାରଣ ସାଜିଥିବା ଅଭିଯୋଗ ମଧ ହେଉଛି । ଅଞ୍ଚଳବାସୀଙ୍କ ଅଭିଯୋଗ ପ୍ରକାରେ ବାଲିଗୁଡ଼ା ଥାନା ପୋଲିସ୍ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ସାଙ୍କୁସବାଲି,ପାଟାମାହା ଓ ଡଲକିପଡିରେ ଅତର୍କିତ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ତିନିଶହ କେଜିରୁ ଉର୍ଦ୍ଧ୍ବ ମହୁଲ ପୋଚ ନଷ୍ଟ କରିଥିବା ବେଳେ ୪୦ ଲିଟରରୁ ଉର୍ଦ୍ଧ୍ବ ମହୁଲି ମଦ ଜବତ ହୋଇଥିବା ସୂଚନା ମିଳିଛି । ଏ ନେଇ ଭିନ୍ନ ଭିନ୍ନ ଚାରୋଟି ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି ବାଲିଗୁଡ଼ା ପୋଲିସ ।

nis-ad
Leave A Reply

Your email address will not be published.