ଦୀପାବଳି ପୂର୍ବରୁ ହିଞ୍ଜିଳି ପୋଲିସର ଚଢାଉ, ଲକ୍ଷାଧିକ ଟଙ୍କାର ବେଆଇନ ବାଣ ଜବତ

ହିଞ୍ଜିଳିକାଟୁ ୨୭/୧୦ : ଦୀପାବଳି ପୂର୍ବରୁ ହିଞ୍ଜିଳିକାଟୁ ସହରରେ ବେଆଇନ ବାଣ କାରବାର ଵୃଦ୍ଧି ପାଇଛି ।ବିନା ଲାଇସେନ୍ସରେ ଚାଲିଥିଲା ବାଣ ବେପାର, ମାଡିବସିଲା ହିଞ୍ଜିଳି ପୋଲିସ । ଲକ୍ଷାଧିକ ଟଙ୍କାର ବେଆଇନ ବାଣ ଜବତ l ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ପାଟଣା ସାହି ରେ ପୋଲିସ ଚଢାଉ କରି ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବାଣ ଜବତ କରିଛି । ଆଗକୁ ଦୀପାବଳି ଆସୁଥିବାରୁ ଜଣେ ବ୍ୟକ୍ତି ବିନା ଲାଇସେନ୍ସରେ ନିଜ ଗୋଦାମରେ ବାଣ ରଖି ବିକ୍ରି କରୁଥିଲେ। ରକେଟ, ଝୁରୁଝୁରି, ମରିଚ ବାଣ,ସୁତା ବାଣ, ଟାଇଗର ବମ୍ବ,ବିଜୁଳି,ତାଳଫୋଟକା,ମଥାପି ଭଳି ଅନେକ ବାଣ ଜବତ ହୋଇଛି l ପୋଲିସ ବାଣ ଜବତ କରିବା ସହ ବ୍ୟବସାୟୀ ଙ୍କୁ ନାଁରେ ହିଞ୍ଜିଳି ଥାନାରେ ୮୮୬/୨୪ ରେ ଏକ ମାମଲା ଦାୟର କରିଛି। ହିଞ୍ଜିଳିକାଟୁ ଓ ଆଖପାଖ ଅଞ୍ଚଳର ସମସ୍ତ ବେଆଇନ ବାଣ କାରବାର ଉପରେ ହିଞ୍ଜିଳି ଥାନା ଅଧିକାରୀ ଶ୍ରୀନିବାସ ସେଠୀ ଙ୍କ ନେତୃତ୍ୱରେ ରବିବାର ଚଢ଼ାଉ କରାଯାଇଥିଲା। ସାବତଙ୍କ ଗୋଦାମରୁ ପ୍ରାୟ ଲକ୍ଷାଧିକ ଟଙ୍କାର ବାଣ ଜବତ କରାଯାଇଛି । ବିପଜ୍ଜନକ ଭାବେ ଘର ଭିତରେ ଓ ଜନବସତି ଭିତରେ ଲୁଚାଇ ରଖାଯାଇଥିଲା ବିପୁଳ ପରିମାଣର ବାଣ । ପୋଲିସ ଚଢ଼ାଉ କରି ଜଣଙ୍କୁ ଗିରଫ କରିବା ସହ ଲକ୍ଷ ଟଙ୍କାରୁ ଉର୍ଦ୍ଧବେଆଇନ ବାଣ ଜବତ କରିଛି । ଏମାନେ ଅଗ୍ନିଶମ ବିଭାଗ କିମ୍ବା ଜିଲ୍ଲା ପ୍ରଶାସନଠାରୁ ବାଣ ବ୍ୟବସାୟ ପାଇ ଲାଇସେନ୍ସ ପାଇ ନଥିବା ପୋଲିସ ସ୍ପଷ୍ଟ କରିଛି । ପୂର୍ବ ବର୍ଷ ଗୁଡ଼ିକରେ ମଧ୍ୟ ବାଣ ଜବତ କରାଯାଇଛି । ଏଠାରେ ବେଆଇନ ଭାବେ ବାଣ ବିକ୍ରି କମୁନଥିବାବେଳେ ବାରମ୍ବର ଆକ୍ସନକୁ ଆସୁଛି ପୋଲିସ ।

nis-ad
Leave A Reply

Your email address will not be published.